ବଲିଉଡର ଲୋକପ୍ରିୟ ନାୟିକା ଭୂମି ପେଡ଼ନେକର କେବଳ ଦମଦାର ଅଭିନୟ ପାଇଁ ପରିଚିତ ନୁହନ୍ତି, ଖୋଲାଖୋଲି ନିଜ ମତ ରଖିବା ନେଇ ମଧ୍ୟ ବେଶ ଚର୍ଚ୍ଚାରେ ଥାନ୍ତି | ଏବେ ସେ ବଲିଉଡ ଇଣ୍ଡଷ୍ଟ୍ରିର ନିୟମକାନୁନ ଉପରେ ନିଜସ୍ୱ ମତ ରଖିଛନ୍ତି | ସେ ଏସମ୍ପର୍କରେ କହିଛନ୍ତି ଯେ, “ଇଣ୍ଡଷ୍ଟ୍ରିରେ ଆଗଧାଡିର ମହିଳାଙ୍କ ପାଇଁ ଯେଉଁ ନିୟମ ରଖାଯାଇଛି, ତାହାକୁ ପାଳନ କରିବା ସପକ୍ଷରେ ମୁଁ ନାହିଁ |” ଏହି ନିୟମଠାରୁ ମୁଁ ଅଲଗା ଯିବି ଏ କଥା ଜାଣିଛି | ଲୋକେ ମୋତେ ମୋ’ କାମ ପାଇଁ ହିଁ ମନେ ରଖିବେ |
ସେଥିପାଇଁ ମୁଁ ସେହି ସିନେମା ଉପରେ ପ୍ରାଥମିକତା ଦେବି, ଯେଉଁଥିରେ ଦର୍ଶକଙ୍କୁ ମତେ କିଛି ନୂଆ କଥା କହିବାର ସୁଯୋଗ ମିଳିବ |” ଅନ୍ୟପଟେ ସେ ଏକଥା ବି କହିଛନ୍ତି, ଫିଲ୍ମି ଚୟନ ସମୟରେ ତାଙ୍କ ପାଇଁ କାହାଣୀ ଗୁରୁତ୍ୱ ରଖେ | ସେଥି ପାଇଁ କାହାଣୀର ମାନଓ ଚରିତ୍ର ସହ କୌଣସି ପ୍ରକାର ବୁଝାମଣା କରିବେ ନାହିଁ ବୋଲି ଭୂମି ସ୍ପଷ୍ଟ କରିଛନ୍ତି | ଆଗକୁ ବି ଏହି ଧାରା ସେ ଜାରି ରଖିବେ ବୋଲି କହିଛନ୍ତି | ତେବେ ଖୁବଶୀଘ୍ର ଭୂମି, ଅର୍ଜୁନ କପୁରଙ୍କ ସହ ‘ଲେଡି କିଲର’ରେ ନଜର ଆସିବେ |