ରାସ୍ତା ମଝିରେ ଡେଉଁଛି କାର . ତେବେ ନିକଟରେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସୱେର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ରାସ୍ତାର ତ୍ରୁଟି ହେତୁ ଏକ କାର ପବନରେ ବାଉନ୍ସ କରୁଥିବା ଦେଖିବାକୁ ମିଳିଛି. ଭିଡିଓଟି ଭାଇରାଲ ହେବା ପରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କଠୋର କାର୍ଯ୍ଯ଼ାନୁଷ୍ଠାନ ଗ୍ରହଣ କରି ଇଞ୍ଜିନିୟରଙ୍କୁ ବରଖାସ୍ତ କରିବା ସହ ଠିକାଦାରଙ୍କ ଉପରେ ୫0 ଲକ୍ଷ ଟଙ୍କା ଜରିମାନା ଲଗାଇଛି.
ତେବେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ନିର୍ଦ୍ଦେଶରେ ଏହି ଘଟଣାର ତଦନ୍ତ କରାଯାଇଥିଲା, ଯାହା ପରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ଯ଼ାନୁଷ୍ଠାନ ଗ୍ରହଣ କରାଯାଇଛି… ନିର୍ମାଣରେ ତ୍ରୁଟି ଠିକ୍ ନକରିବା ପାଇଁ ଠିକାଦାରଙ୍କ ଉପରେ ୫0 ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି.ଏହା ବ୍ଯ଼ତୀତ, କର୍ତ୍ତୃପକ୍ଷ ଅବହେଳା କାରଣରୁ ରେସିଡେଣ୍ଟ ଇଞ୍ଜିନିୟର ଏବଂ ସାଇଟ୍ ଇଞ୍ଜିନିୟରଙ୍କୁ ମଧ୍ଯ଼ ବରଖାସ୍ତ କରିଛନ୍ତି .ସମ୍ପୃକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ମ୍ଯ଼ାନେଜର ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି.
ସୋସିଆଲ ମିଡିଆରେ ଭାଇରାଲ ଭିଡିଓକୁ ଯାଞ୍ଚ କରିବା ପରେ ଏହା ନିଶ୍ଚିତ ହୋଇଥିଲା ଯେ ଭିଡିଓଟି ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସୱେର, ଯାହାକୁ ଅଲୱାରର ସୁପର ଏକ୍ସପ୍ରେସୱେ ମଧ୍ଯ଼ କୁହାଯାଏ. ଏହି ଏକ୍ସପ୍ରେସୱେରେ ଯାନବାହନ ଘଣ୍ଟା ପ୍ରତି ୧୨0 କିଲୋମିଟର ବେଗରେ ଯାତ୍ରା କରେ . ମୁଖ୍ଯ଼ତଃ ରାସ୍ତାର ଉଚ୍ଚତା, ସନ୍ତୁଳନ ଅଭାବ ଏବଂ ରାସ୍ତାରେ ଛୋଟ ଛୋଟ ଗାତ ହେତୁ ଏଠାରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟେ .
ତେବେ ଭାଇରାଲ ହୋଇଥିବା ଭିଡିଓଟି ଅଲୱାର ଅଞ୍ଚଳର ବୋଲି କୁହାଯାଉଛି, ଯେଉଁଥିରେ ରାସ୍ତା ସନ୍ତୁଳନ ଅଭାବରୁ ଏକ ଦ୍ରୁତଗାମୀ ଗାଡି ପବନରେ ବାଉନ୍ସ କରୁଥିବା ଦେଖିବାକୁ ମିଳିଥିଲା.ଅଲୱାର ଅଞ୍ଚଳରେ ଲଗାତା ର ବର୍ଷା ହେଉଛି, ଏବଂ ରାସ୍ତା ମରାମତି କାର୍ଯ୍ଯ଼ ଚାଲିଛି.