କାହା ଛତ୍ରଛାୟା ତଳେ ମାଫିଆ ଚଳାଇଛନ୍ତି ରାଜ୍ ?

କାହା ଛତ୍ରଛାୟା ତଳେ ମାଫିଆ ଚଳାଇଛନ୍ତି ରାଜ୍ ?

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ନିହଲ ପ୍ରସାଦ ଥାନା ଅନ୍ତର୍ଗତ ନିଶ୍ଚିନ୍ତା ପାହାଡ଼ ନିଶ୍ଚିହ୍ନ ହେବାକୁ ବସିଲାଣି l ପଥର ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତି ପାରୁନି ଏହି ପାହାଡ଼ । ମାଫିଆମାନେ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିଙ୍କ ଛତ୍ରଛାୟା ତଳେ ରହି ରାଜ୍ ଚଳାଇଥିବା ଅଭିଯୋଗ ହୋଇ ଆସୁଛି । ଏନେଇ ଢେଙ୍କାନାଳ ଉପଜିଲ୍ଲାପାଳ,ଖଣି ଅଧିକାରୀ ଓ ନିହଲ ପ୍ରସାଦ ପୋଲିସ୍ ପକ୍ଷରୁ ସଂପୃକ୍ତ ପାହାଡ଼ରେ ଚଢ଼।ଉ କରାଯାଇ ଏକ ଲୋଡର୍ ମେସିନ୍‌କୁ ଥାନାକୁ ଅଣାଯାଉଥିବା ବେଳେ ମାଫିଆମାନେ ତାକୁ ଅଧା ବାଟରେ ତିନି ବିଭାଗର କର୍ମଚାରୀଙ୍କୁ ଆକ୍ରମଣ କରି ଲୋଡରଟି ଛଡ଼ାଇ ନେଇଛନ୍ତି । ମାଫିଆମାନେ ସରକାରୀ କଳକୁ ଭୟ କରୁ ନ ଥିବା ସ୍ପଷ୍ଟ ହୋଇଛି । ଏପରିକି, ଗ୍ରିନ୍ ଟ୍ରିବ୍ୟୁନାଲଙ୍କ କଟକଣାକୁ ମଧ୍ୟ ଖାତିର କରୁନାହାନ୍ତି ।ଢେଙ୍କାନାଳ ଓ ଯାଜପୁର ଜିଲ୍ଲା ସୀମାନ୍ତ ନିହଲ ପ୍ରସାଦ ଅଞ୍ଚଳରେ ରହିଛି ନିଶ୍ଚିନ୍ତା ପାହାଡ଼ା ଏଠାରୁ ଦୈନିକ ହାରାହାରି ୩୦ ହଜାର ଟନ୍‌ରୁ ଉର୍ଦ୍ଧ କଳାପଥର ଉତ୍ତୋଳନ କରି ବାହାରକୁ ଚୋରା ଚାଲାଣ ହେଉଥିବାରୁ କୋଟି କୋଟି ଟଙ୍କା ରାଜସ୍ୱ କ୍ଷତି ଘଟିଛି । ଏଣୁ ନିଶ୍ଚିନ୍ତା ପାହାଡକୁ ଖଣି ବିଭାଗ ପକ୍ଷରୁ ନିଲାମ କରାଯିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି। ଘଟଣା ପରେ ଢେଙ୍କାନାଳ ଏସ୍.ପି ଅଭିନବ ସୋନକରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ୍ ଓ ଖଣି ବିଭାଗ ପକ୍ଷରୁ ୨ଟି ଏତାଲା ଦାୟର କରାଯାଇ ଥାନା କେସ୍ ରୁଜୁ କରି ୨ଜଣ ଗିରଫ ହେବା ସହ ୧ଟି ଟ୍ରାକ୍ଟର ଜବତ ହେବା ସହ ଲୋଡ଼ର ମେସିନ୍ କୁ ଖୁବ୍ ଶୀଘ୍ର ଜବତ କରାଯିବ ବୋଲି ନିହଲ ପ୍ରସାଦ ଥାନା ଅଧିକାରୀ ନିରୋଦ କୁମାର ମଲ୍ଲିକ୍ ଓ ଖଣି ଅଧିକାରୀ ଡମ୍ବରୁ ଧର ମହନ୍ତ ସୂଚନା ଦେଇଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *