ସୁବର୍ଣ୍ଣପୁର ଜିଲ୍ଲା ନଗର ମଣ୍ଡଳ ସଭାପତି ସୁରେଶ ଚନ୍ଦ୍ର ବିଶ୍ଵାଲଙ୍କ ନେତୃତ୍ୱରେ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ପୌର ଅଧିକାରୀଙ୍କୁ ଭେଟି ପୌରପରିଷଦ ଅଞ୍ଚଳରେ ଥିବା ସରକାରୀ ଜମିକୁ ଜବରଦଖଲ ଉଚ୍ଛେଦ ପାଇଁ ଅଭିଯୋଗ କରିଛନ୍ତି। ପ୍ରମୁଖ ଅଭିଯୋଗ , ବ୍ଲକ୍ ଛକ ପାଖରେ ଜବର ଦଖଲ ସ୍ଥାନକୁ ଶୀଘ୍ର ଡିମାରର୍କେଶନ କରି ଉଚ୍ଛେଦ କରାଯିବା ସହିତ ପୌର ଅଧିକାରୀ ତାଙ୍କ ଉପରେ ଶୀଘ୍ର କର୍ଯ୍ୟନୁଷ୍ଠାନ ନେବାକୁ ଦାବି ରଖିଥିଲେ ବିଜେପି ସଦସ୍ୟ । ଅନେକ ପୋଖରୀ ମଧ୍ୟ ଚତୁରତାର ସହ ମାଟି ପୋତି ପ୍ଲଟିଂ କରି ବିକ୍ରି କରି ଦେଇଥିବା ଅଭିଯୋଗ କରିଥିଲେ। ସ୍ଥାନୀୟ ନୂତନ ଟାଉନ୍ ହଲ୍ ପାଖରେ ଏକ ବେଆଇନ ନର୍ସରୀ ହୋଇଥିବା ଓ କିଛି ରାଜନୈତିକ ବ୍ୟକ୍ତି ବିଶେଷ ଏହା କୁ ଭଡ଼ା ସୂତ୍ର ରେ ଦେଇଥିବା କଥା ଅଭିଯୋଗ କରିଥିଲେ ପୂର୍ବତନ ଯୁବ ମୋର୍ଚ୍ଚା ସଭାପତି ଦୀପକ କୁମାର ମହାପାତ୍ର।
ପୌର ଅଧିକାରୀ ଏହି ବିଷୟ ରେ ସେ ଅବଗତ ନ ଥିଲେ ଉପ ଜିଲ୍ଲାପାଳ ତହସିଲଦାର ଙ୍କୁ ଯୋଗାଯୋଗ କରି ଉକ୍ତ ସ୍ଥାନ ଗୁଡିକୁ ସାତ ଦିନ ଭିତରେ ଉଚ୍ଛେଦ କରାହେବା ନେଇ ଗଣ ମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି । ସୋନପୁର ସହର ମଧ୍ୟ ରେ କେତୋଟି ପୋଖରୀ ଅଛି ଓ ପୌର ପ୍ରଶାସନ ସମସ୍ତ ପୋଖରୀ ସୂତ୍ର ରୁ କେତେ ଟଙ୍କା ଆୟ କରୁଛନ୍ତି ଏହାର ହିସାବ ମାଗିଥିଲେ ବଲାଙ୍ଗୀର ସାଂସଦ ପ୍ରତିନିଧି ଶିବରାମ ସାହୁ। ଉକ୍ତ ସ୍ଥାନ କୁ ଶୀଘ୍ର ଉଚ୍ଛେଦ ହଟାଇବା ପାଇଁ ବଲାଙ୍ଗୀର ସାଂସଦ ପ୍ରତିନିଧି ଶିବରାମ ସାହୁ ଓ ନଗର ମଣ୍ଡଳ ସଭାପତି ସୁରେଶ ଚନ୍ଦ୍ର ବିଶ୍ବାଳ ଗଣ ମାଧ୍ୟମ ଜରିଆରେ ପ୍ରଶାସନ କୁ ଅନୁରୋଧ କରିବା ସହ ଆଗାମୀ ଦିନ ରେ ଆନ୍ଦୋଳନ ଜୋର୍ ଦାର ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି।