କାହିଁକି କାଶ୍ମୀରକୁ ନେଇ ଟଣାଟଣି ଭାରତ-ପାକିସ୍ତାନ ?

କାହିଁକି କାଶ୍ମୀରକୁ ନେଇ ଟଣାଟଣି ଭାରତ-ପାକିସ୍ତାନ ?

ସୀମାରେ ଘମାଘୋଟ ଯୁଦ୍ଧ ପରିସ୍ଥିତି । କାଶ୍ମୀର ପାଇଁ ପୁଣି ଥରେ ଆମ୍ନାସାମ୍ନା ହୋଇଛନ୍ତି ଜାନୀ ଦୁଷ୍ମନ କୁହାଯାଉଥିବା ଭାରତ-ପାକିସ୍ତାନ । ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ନେଇ ଏବେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ପୁଣି ଥରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି କାଶ୍ମୀରରେ ହିଁ ଯୁଦ୍ଧ ପରିସ୍ଥିତି କାହିଁକି ସୃଷ୍ଟି ହେଉଛି । ପାକିସ୍ତାନ ଏବଂ ଭାରତ ମଧ୍ୟରେ କାଶ୍ମୀର କାହିଁକି ଏକ ପାଚେରୀ ଭଳି ଛିଡା ହୋଇଛି । ଏହି କାଶ୍ମୀର ପାଇଁ କାହିଁକି ନୀରିହଙ୍କ ଜୀବନ ଯାଉଛି । ତେବେ ଇତିହାସର ପୃଷ୍ଠା ଓଲଟାଇଲେ ଅନେକ କିଛି ତଥ୍ୟ ସାମ୍ନାକୁ ଆସୁଛି । କେଉଁ ପୃଷ୍ଠାରେ ପାକିସ୍ତାନ ଜବରଦସ୍ତି କାଶ୍ମୀରକୁ ନିଜ ଅକ୍ତିଆରରେ ରଖିବାକୁ ଚେଷ୍ଟା କରୁଥିବା ଉଲ୍ଲେଖ କରାଯାଇଛି ତ ଆଉ କେଉଁ ପୃଷ୍ଠାରେ କାଶ୍ମୀର ଭାରତର ବୋଲି ଉଲ୍ଲେଖ କରାଯାଇଛି । ତେବେ ଆସନ୍ତୁ ଏହି ସ୍ୱତନ୍ତ୍ର ରିପୋର୍ଟରେ ଜାଣିବା କଣ ରହିଛି କାଶ୍ମୀର ସହ ଭାରତ ପାକିସ୍ତାନର ସମ୍ପର୍କ ।

ପାକସ୍ତାନ ଅକ୍ୟୁପାଇଡ କାଶ୍ମୀର ବା ପିଓକେ । ଭାରତର ଜମ୍ମୁ କାଶ୍ମୀର ରାଜ୍ୟର ଏମତି ଏକ ଅଂଶ ଯାହା ଉପରେ ୧୯୪୭ ମସିହାରୁ ପାକିସ୍ତାନ ବେଆଇନ ଭାବେ କବଜା କରି ରଖିଛି । କାଶ୍ମୀରର ମାତ୍ର ୩୦ ପ୍ରତିଶତ ଅଂଶ ପାକିସ୍ତାନ ପାଖରେ ଥିବା ବେଳେ ୬୦ ପ୍ରତିଶତ ଭାରତ ପାଖରେ ରହିଛି । ଏବଂ ୧୦ ପ୍ରତିଶତ ଚୀନ ପାଖରେ ରହିଛି । ତଥାପି କାଶ୍ମୀର ଆମର ଆମର ହିଁ ରହିବ ବୋଲି ନାରା ଦେଇଆସୁଛି ପାକିସ୍ତାନ । ଏପରିକି ଏହି କାଶ୍ମୀର ପାଇଁ କେତେ ରକ୍ତ ଯେ. ପାକିସ୍ତାନୀ ଆତଙ୍କବାଦୀମାନେ ବୁହାଇଛନ୍ତି ତାର ଠିକଣା ନାହିଁ । କିନ୍ତୁ କାହିଁକି ଭାରତ ଏବଂ ପାକିସ୍ତାନ ମଧ୍ୟରେ କାଶ୍ମୀର ଏକ ପାଚେରୀ ହୋଇ ଛିଡା ହୋଇଛି ଆପଣ ଜାଣିଛନ୍ତି ।

୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଭାରତ ସ୍ୱାଧୀନ ହୋଇଥିଲା
ବିଭାଜନ ସମୟରେ ଭାରତ ଏବଂ ପାକିସ୍ତାନ ଦୁଇଟି ଭିନ୍ନ ଭିନ୍ନ ଦେଶ ଭାବରେ ପରିଗଣିତ ହେଲେ ।

କିନ୍ତୁ ଜମ୍ମୁ ଏବଂ କାଶ୍ମୀରକୁ ସ୍ୱାୟତ୍ତ ଭାବେ ରଖିଥିଲେ ଇଂରେଜ ସରକାର । ଯାହାର ଶାସନ ବ୍ୟବସ୍ଥା ମହାରାଜ ହରି ସିଂହଙ୍କ ହାତରେ ଥିଲା । କିନ୍ତୁ ଜମ୍ମୁ ଏବଂ କାଶ୍ମୀରର ମହାରାଜା ହରିସିଂହ ଭାରତ କିମ୍ବା ପାକିସ୍ତାନରେ ସାମିଲ ନହୋଇ ସ୍ୱତନ୍ତ୍ର ରହିବା ନେଇ ଘୋଷଣା କରିଥିଲେ । କିନ୍ତୁ ପରବର୍ତୀ ସମୟରେ ପାକିସ୍ତାନ କାଶ୍ମୀରର କିଛି ଅଂଶ ଉପରେ କବଜା କରିବା ଆରମ୍ଭ କରିଥିଲା । ଆଉ ଏହା ପରେ ସେହି ଅଞ୍ଚଳ ଗଡିକ ପାକିସ୍ତାନ ଅଧିକୃତ କାଶ୍ମୀର ନାମରେ ପରିଚିତ ହେଲା । କାଶ୍ମୀର ଉପରେ ପାକିସ୍ତାନୀ ଏବଂ ଅନ୍ୟ ମାନଙ୍କ ବାରମ୍ବାର ଆକ୍ରମଣ ପରେ ମହାରାଜା ହରି ସିଂହ ଭାରତକୁ ସାହାଯ୍ୟ ମାଗିଥିଲେ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ତୁରନ୍ତ ସାହାଯ୍ୟ କରିବା ପରିବତେ ଭାରତକୁ ଯୋଗଦାନ କରିବା ନିମନ୍ତେ କହିଥିଲେ । ହରି ସିଂହ ଚୁକ୍ତି ସ୍ୱାକ୍ଷର କରିବା ପରେ ୨୬ ଅକ୍ଟୋବର ୧୯୪୭ରେ ଭାରତରେ ଜମ୍ମୁ ଏବଂ କାଶ୍ମୀର ସାମିଲ ହୋଇଥଲା । ଏବଂ ଭାରତ ସହ ଯୁଦ୍ଧ କରିନାପାରି ପାକିସ୍ତାନ ସେନା ଏଥିରୁ ପଛଘୁଞ୍ଚା ଦେଇଥିଲା ।

କିନ୍ତୁ ପରେ ପରେ ଜମ୍ମୁ କାଶ୍ମୀରର ଉତ୍ତର ଏବଂ ପଶ୍ଚିମ ଭାଗକୁ ପାକିସ୍ତାନ କବଜା କରିବା ଆରମ୍ଭ କରିଥିଲା । ଯୁଦ୍ଧ ବିରତୀ ପରେ ଜମ୍ମୁ କାଶ୍ମୀରର ଅଞ୍ଚଳ ଦୁଇ ଭାଗରେ ବିଭକ୍ତ ହେଲା । ଭାରତ ଶ୍ରୀନଗର , ଜମ୍ମୁ, ଲଦାଖ ଅଞ୍ଚଳ ନିୟନ୍ତ୍ରଣ କରିଥିଲା । ଏପଟେ ପାକିସ୍ତାନ ମୁଜାଫରବାଦ. ଗିଲଗିଟ୍‌-ବାଲୁଚିସ୍ତାନ ଏବଂ ଅନ୍ୟାନ୍ୟ ପଶ୍ଚିମ ଅଞ୍ଚଳ ଅଧିକାର କରିଥିଲା । ଯାହା ବର୍ତମାନ ପିଓକେ ନାମରେ ପରିଚିତ ।

ଅନ୍ୟପଟେ କାଶ୍ମୀର କିନ୍ତୁ ଏବେ ବି ପାଚେରୀ ହୋଇ ଛିଡା ହୋଇଛି । କାଶ୍ମୀର ଅକ୍ତିଆର କରିବା ପାଇଁ ପାକିସ୍ତାନ ଯେତେ ଚେଷ୍ଟା କଲେ ମଧ୍ୟ ସଫଳ ହୋଇପାରୁନି । ଆଉ ଏବେ ପୁଣି ଥରେ ଏହାକୁ ନେଇ ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇଯାଇଛି । ତେବେ ଦେଖାଯାଉ ଏ ଯୁଦ୍ଧ ଆଗକୁ କେଉଁ ମୋଡ ନେଉଛି ଏବଂ କାଶ୍ମୀର ପାଇଁ ଆଉ କେତେ ରକ୍ତ ପାକିସ୍ତାନ ବୁହାଉଛି ତାହା ତ ସମୟ କହିବ ।

author

Related Articles

Leave a Reply

Your email address will not be published. Required fields are marked *