କାହିଁକି ଦୀର୍ଘ ବର୍ଷ ଧରି ବନ୍ଦ ରହିଛି ଛାତ୍ର ସଂସଦ ନିର୍ବାଚନ ?

କାହିଁକି ଦୀର୍ଘ ବର୍ଷ ଧରି ବନ୍ଦ ରହିଛି ଛାତ୍ର ସଂସଦ ନିର୍ବାଚନ ?

ଲଗାତାର ୬ବର୍ଷ ହେଲା ରାଜ୍ୟ ସରକାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ହେଉଥିବା ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରୁଛନ୍ତି । ଚଳିତବର୍ଷ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କାହିଁକି ଏହି ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଉଛି ? ରାଜ୍ୟ ସରକାର କଣ ଚାହୁଁ ନାହାନ୍ତି ରାଜ୍ୟରେ ଛାତ୍ର ନେତା ସୃଷ୍ଟି ହୁଅନ୍ତୁ ? ନିର୍ବାଚନ ବନ୍ଦ ରହିଲେ ସରକାରଙ୍କର କେଉଁ ସ୍ୱାର୍ଥ ହାସଲ ହେବ ? କଣ ନବୀନବାବୁ ଡରୁଛନ୍ତି ଯଦି ଆଜିର ପାଠପଢୁଆ ଛାତ୍ର ନେତା ବାହାରିବେ ତେବେ ତାଙ୍କ ଶାସନ ପ୍ରତି ବିପଦ ସାଜିବେ ? ଛାତ୍ର ନିର୍ବାଚନ ନକରି କଣ ରାଜ୍ୟ ସରକାର ପରିବାରବାଦ ରାଜନୀତିକୁ ପ୍ରୋତ୍ସାହନ ଦେଉଛନ୍ତି ? ତେବେ ଏସବୁ ପ୍ରଶ୍ନକୁ ନେଇ ରାଜ୍ୟ ର ସସସ୍ତ ଛାତ୍ରଛାତ୍ରୀ ମାନେ ଏବେ ସରକାରଙ୍କୁ ଘେରିଛନ୍ତି । ଯଦି ଛାତ୍ର ସଂସଦ ନିର୍ବାଚନ ନହେବେ ତେବେ ରାଜରାସ୍ତାରେ ଆନ୍ଦୋଳନ କରିବା ସହ ନିଆଁ ଜଳିବ ବୋଲି ଛାତ୍ର ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ରାଜ୍ୟରେ ପରିବାରବାଦ ରାଜନୀତି ଚାଲିଛି ବୋଲି ନିକଟରେ ହେଉଥିବା ଉପନିର୍ବାଚନରୁ ସ୍ପଷ୍ଟ ଜଣାପଡୁଛି ।

ନେତାମନ୍ତ୍ରୀଙ୍କ ପୁଅ ଝିଅ ମାନେ ଏବେ ନିର୍ବାଚନରେ ଲଢେଇ କରୁଛନ୍ତି । ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଛାତ୍ରନେତା ନଥିବାରୁ ରାଜନୈତିକ ଦଳ ଏହାର ଭରପୁର ଫାଇଦା ଉଠାଉଛି । ୫ଟି ସଚିନଙ୍କ ଗସ୍ତ ବେଳେ ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ ରହିବାକୁ ବାଧ୍ୟ କରାଯାଉଥିବା ବେଳେ ତାଙ୍କର ନିର୍ବାଚନ ଅଧିକାରୀକୁ ନବୀନବାବୁ କଣ ପାଇଁ ସମର୍ଥନ ଦେଉନାହାନ୍ତି ? ଯାହାକୁ ବିରୋଧ କରି ରାଜ୍ୟ କଂଗ୍ରେସର ଛାତ୍ର ନେତା ମାନେ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନ ଘେରାଉ କରି ଅଣ୍ଡା ମାଡ କରିଛନ୍ତି । ତୁରନ୍ତ ଛାତ୍ର ନିର୍ବାଚନ କରିବାକୁ ଦାବି କରିଛି କଂଗ୍ରେସ ଛାତ୍ରନେତା ମାନେ । ଛାତ୍ର ସଂସଦ ନିର୍ବାଚନ ଆମର ଅଧିକାର । ଏହି ଅଧିକାରକୁ ରାଜ୍ୟ ସରକାର କଣ ପାଇଁ ସହମତ୍ତି ଦେଉନାହାନ୍ତି । ରାଜ୍ୟରେ ଛାତ୍ର ନେତା ଯଦି ତିଆରି ହେବେନି ରାଜ୍ୟ ଶାସନ ଚାଲିବ କେମିତି ଏହାକୁ ନେଇ ରାଜରାସ୍ତାରେ ଆନ୍ଦୋଳନ ହେବା ସହ ନିଆଁ ଜଳିବ । ତେବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ନବୀନବାବୁଙ୍କ ଏକଛତ୍ରବାଦ ଶାସନ ଚାଲିବ ନାଁ ଛାତ୍ର ସଂସଦ ନିର୍ବାଚନ ହୋଇ ପାରିବାରବାଦ ରାଜନୀତି ସମୁଳେ ନଷ୍ଟ ପାଇବ ।

author

Related Articles

Leave a Reply

Your email address will not be published. Required fields are marked *