କାହିଁକି ବାରମ୍ବାର ବିବାଦର ପାଚେରୀ ଭିତରେ ଛିଡା ହେଉଛନ୍ତି ମୋହନ ?

କାହିଁକି ବାରମ୍ବାର ବିବାଦର ପାଚେରୀ ଭିତରେ ଛିଡା ହେଉଛନ୍ତି ମୋହନ ?

ମୁଖ୍ୟମନ୍ତ୍ରୀଙ୍କ ନାଁରେ ଆସୁଛି ସାଙ୍ଘାତିକ ଅଭିଯୋଗ । କେତେବେଳେ କୌଣସି ଯୋଜନାକୁ ନେଇ ତ ଆଉ କେତେବେଳେ ମିଥ୍ୟା ପ୍ରତିଶ୍ରୁତିକୁ ନେଇ । ବାରମ୍ବାର ବିବାଦର ପାଚେରୀ ଭିତରେ ଛିଡା ହେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବରୁ ସମସ୍ତ ସଭା ସମିତି ଏବଂ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଖାଇବା କଥା ଉଠାଇବାକୁ ନେଇ ଏବଂ ବିଭିନ୍ନ ଆଚରଣ କରିବାକୁ ନେଇ ସମାଲୋଚନାର ଶିକାର ହେଉଥିଲେ । ଆଉ ଏବେ ଯେଉଁ ପ୍ରତିଶ୍ରୁତି ସାଧାରଣ ଲୋକଙ୍କୁ ଦେଇଥିଲେ ତାହା ପୂରଣ ଦିଗରେ ଫେଲ ମାରିଥିବା ଏବଂ ନିଜ ଜିଲ୍ଲାରେ ହିଁ କୋଟି କୋଟି ଟଙ୍କାର ଦୁର୍ନୀତି କରିଥିବା ଅଭିଯୋଗ ଆସୁଛି ।

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଥିବା ବିଭାଗରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସାଙ୍ଘାତିକ ଅଭିଯୋଗ ଆସିଛି । ଜଳସମ୍ପଦ ବିଭାଗର ଦୁର୍ନୀତି ଦାଣ୍ଡରେ ପଡ଼ି ହାଟରେ ଗଡୁଛି। କେନ୍ଦୁଝର ଜିଲ୍ଲାର ବିଦ୍ୟାଧରପୁର ବ୍ୟାରେଜ ଡିଭିଜନରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆଣିଛି ବିଦ୍ୟାଧରପୁର ବିକାଶ ମଞ୍ଚ। ମଞ୍ଚ ପକ୍ଷରୁ ମୂଖ୍ୟମନ୍ତ୍ରୀ, ଜଳ ସମ୍ପଦ ମନ୍ତ୍ରୀ, ସଚିବ ପ୍ରମୁଖଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ତେବେ ଯେଉଁଠି ନିଜ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସୁଛି, ଅନ୍ୟ ଜିଲ୍ଲା ଗୁଡିକରେ ଦୁର୍ନୀତି ହେଉନଥିବ ବୋଲି ସେ ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଅନ୍ୟପଟେ ନିକଟରେ ଏକ ଅଞ୍ଚଳରେ ନୂଆ ରାସ୍ତା ତିଆରି ହୋଇଥିବା ବେଳେ ସେହି ରାସ୍ତାରୁ ହାତରେ ପିଚୁ ଉଠିଯାଉଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ବାସିନ୍ଦା ମଧ୍ୟ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ଆଉ ଏସବୁକୁ ଦୃଷ୍ଟିକୁ ନେଲେ ମୋହନ ସରକାର ବଡ ବଡ ବଜେଟ ବ୍ୟୟ ବରାଦ କରି ନିମ୍ନ ମାନର କାମ କରି ସେହି ଟଙ୍କାକୁ ହରିଲୁଟ କରିଦେଉଥିବା ଆଶଙ୍କା ବଢି ବଢି ଚାଲିଛି । ତେବେ ଦେଖାଯାଉ ଏହି ଦୁର୍ନୀତି ବିଜେପିକୁ କେତେ ଲସ୍‌ରେ ପକାଉଛି ଏବଂ କିପରି ବିଜେପି ଏହି ସବୁ କାମ କରି ରାଜ୍ୟବାସୀଙ୍କୁ ନିଜ ସହିତ ଯୋଡି ରଖୁଛି ତାହା ତ ସମୟ କହିବ ।

author

Related Articles

Leave a Reply

Your email address will not be published. Required fields are marked *