ମୋହନଙ୍କ ରକ୍ଷାକବଚ ସାଜିଛନ୍ତି କି ସୂରଜ ସୂର୍ଯ୍ୟବଂଶୀ ?
କାହିଁକି ମୋହନଙ୍କ ପାଖେ ପାଖେ ରହୁଛନ୍ତି ସୂରଜ ?
ଏଭଳି କିଛି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ସରକାରକୁ ଆସିବା ଦିନଠାରୁ ଏବଂ ମନ୍ତ୍ରୀମଣ୍ଡଳ ଗଠନ ହେବା ପରଠାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଏକାଠି ଦେଖିବାକୁ ମିଳୁଛି । ସେ ଖେଳ ପଡିଆରେ ହେଉ ବା କୌଣସି କାର୍ଯ୍ୟକ୍ରମ । ସବୁଥିରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଛି । ଏପରିକି ମୋହନଙ୍କୁ ବିଭିନ୍ନ ପରିସ୍ଥିତିରେ ସୂରଜ ସାହାଯ୍ୟ କରୁଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସୁଛି । ତେବେ ଆଜି ସମ୍ବିଧାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ବିଧାନ ଦିବସକୁ ଭୁଲରେ ସ୍ୱାଧୀନତା ଦିବସ ବୋଲି କହିଥିଲେ । ଏବଂ ସୂରଜ ଏହା ଶୁଣିବା ମାତ୍ରେ ସଙ୍ଗେ ସଙ୍ଗେ ମୋହନଙ୍କୁ ସ୍ୱାଧୀନତା ଦିବସ ନୁହେଁ ସମ୍ବିଧାନ ଦିବସ ବୋଲି କହିଦେଇଥିଲେ । ଆଉ ସୂରଜଙ୍କ କଥା ଶୁଣିବା ମାତ୍ରେ ମୋହନ ମଧ୍ୟ ନିଜ କଥାରେ ପରିବର୍ତନ ଆଣିଥିଲେ । ଯେଉଁଥିରୁ ମୁଖ୍ୟମନ୍ତ୍ରୀ ଟ୍ରୋଲ ହେବାରୁ ବଞ୍ଚିିତ ହୋଇଥିଲେ ।
ବିଜିଏମ –
ତେବେ କେବଳ ଏହି ଗୋଟିଏ ଘଟଣା ନୁହେଁ , ଝାଡଖଣ୍ଡ ନିର୍ବାଚନ ସମୟରେ ମଧ୍ୟ ମୋହନଙ୍କ ଝାଡଖଣ୍ଡ ଗସ୍ତ ସମୟରେ ସୂଯ୍ୟବଂଶୀ ହିଁ ତାଙ୍କୁ ଝାଡଖଣ୍ଡରେ ସ୍ୱାଗତ କରିଥିଲେ । ଅନ୍ୟ ନେତାଙ୍କ ବଦଳରେ ସୂର୍ଯ୍ୟବଂଶୀ ତାଙ୍କୁ ଝାଡଖଣ୍ଡ ମାଟିକୁ ପାଛୋଟି ନେଇଥିଲେ । ଯେଉଁଥିରୁ ଉଭୟଙ୍କ ସମ୍ପର୍କ ନିବିଡ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ପୂର୍ବରୁ ମଧ୍ୟ ଅନେକ କ୍ଷେତ୍ରରେ ମୋହନଙ୍କ ପାଖେ ପାଖେ ସୂର୍ଯ୍ୟବଂଶୀ ରହିିଥିବା ନଜିର ରହିଛି । ଅନ୍ୟ ମନ୍ତ୍ରୀମାନେ ଏପରିକି ଖୋଦ ଦଳର ରାଜ୍ୟ ସଭାପତି ମୋହନଙ୍କୁ ଏତେଟା ସମ୍ମାନ ଦେଉନଥିବା ବେଳେ ସୂର୍ଯ୍ୟବଂଶୀ ହଁ ମୋହନଙ୍କ ପାଖେ ପାଖେ ରହିଥିବା ଏବଂ ତାଙ୍କୁ ବିିଭିିନ୍ନ କ୍ଷେତ୍ରରେ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି । ଏବଂ ମୋହନ ଏବଂ ସୂର୍ଯ୍ୟବଂଶୀଙ୍କ ଏପରି ନିବିଡତାକୁ ଦେଖିଲେ ପୂର୍ବରୁ ଏହି ଭଳି ଅତିନିବିଡ ଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନଙ୍କ କଥା ଚର୍ଚ୍ଚାକୁ ଆସେ । ବିଜେଡି ସରକାରରେ ଥିବା ବେଳେ ନବୀନଙ୍କ ପାଖେ ପାଖେ ରହିଥାନ୍ତି ପାଣ୍ଡିଆନ । ଏପରିକି ନବୀନ ଅଭିଭାଷଣ ଦେଉଥିବା ବେଳେ ମଧ୍ୟ ପାଣ୍ଡିଆନ ନବୀନ କିଛି ଭୁଲ ଉଚ୍ଚାରଣ କରିଦେଲେ ସେ ସବୁୁକୁ ଠିକ୍ କରିଦେଉଥିଲେ । ଯାହାକୁ ବିଜେପି ଅନେକ ସମାଲୋଚନା କରୁଥିଲା । କିନ୍ତୁ ଏବେ ବିଜେପି ସରକାରରେ ବି ସମାନ ସ୍ଥିତି ଦେଖିବାକୁ ମିଳୁଛି । ତେବେ ଦେଖାଯାଉ ଏହାକୁ ସାଧାରଣରେ କିପରି ଗ୍ରହଣ କରାଯାଉଛି ତାହା ଦେଖିବାକୁ ଅପେକ୍ଷା ।