ଭାଇରାଲ ହେଲା ମୋହନଙ୍କ ଫଟୋ । ମୁଖ୍ୟମନ୍ତ୍ରୀଙ୍କ ହାତକୁ କାହିଁକି ଏମିତି ଟେକି ଧରିଥିଲେ ରୋହିତ ଶର୍ମା । ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଉତ୍ତରରେ କଣ କହିଲେ ରୋହିତ ଶର୍ମା । ହଁ ଦର୍ଶକବନ୍ଧୁ କଟକ ବାରବାଟୀରେ ଟିମ ଇଣ୍ଡିଆର ବଡ ବିଜୟ ପରେ ଏବେ ଏହି ଫଟୋ ଟି ବେଶ ଚର୍ଚ୍ଚାରେ । ଚାରି ୱିକେଟରେ ଇଂଲଣ୍ଡକୁ ମାତ ଦେଲା ଭାରତ । ଅଧିନାୟକ ରୋହିଚ ଶର୍ମାଙ୍କ ଶତକ ଏହି ମ୍ୟାଚରେ ସବୁଠାରୁ ଆକର୍ଷଣୀୟ ଥିଲା । ୭୬ଟି ବଲରେ ୭ଟି ଛକା ଓ ୯ଟି ଚୌକା ମାରି ଧୂଆଁଧାର ଶତକ ହାସଲ କରିଛନ୍ତି ହିଟ୍ ମ୍ୟାନ୍ ରୋହିତ । ରୋହିତଙ୍କ ଏହି ଦମଦାର ଅନ୍ଦାଜ ପରେ ତାଙ୍କୁ ନେଇ ଚର୍ଚ୍ଚା ବଢିଛି । ଗତ କିଛି ଦିନ ହେବ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ନିଜ ଫର୍ମରେ ଦେଖିବାକୁ ମିଳିନଥିଲା । କିନ୍ତୁ କଟକ ବାରବାଟୀ ଷ୍ଟାଡିୟମରେ ପୁଣିଥରେ ନିଜର ଫୁରୁଣା ଫର୍ମକୁ ଫେରି ଟିମ ଇଣ୍ଡିଆକୁ ବିଜୟ ମୁକୁଟ ପିନ୍ଧାଇଛନ୍ତି ରୋହିତ ଶର୍ମା ।
ମ୍ୟାଚ ଚାଲିଥିବା ସମୟରେ ଷ୍ଟାଡିୟମ ଭିତରେ ବଡ ଧରଣର ବିଭ୍ରାଟ ଦେଖାଦେଇଥିଲା । ଟିମ ଇଣ୍ଡିଆ ବ୍ୟାଟିଂ କରୁଥିବା ସମୟରେ ଅଧାରୁ ଫ୍ଲଡ ଲାଇଟ କଟିଯାଇଥିଲା । ଯାହା ସମସ୍ୟା ସୃଷ୍ଟି କରିଥିଲା । ଦର୍ଶକଙ୍କ ଠାରୁ ଆରମ୍ଭ କରି କ୍ରିକେଟ ଖେଳାଳୀଙ୍କ ପର୍ଯ୍ୟନ୍ତ ସମସ୍ତେ ବିରକ୍ତି ଭାବ ପ୍ରକାଶ କରିଥିଲେ । ସବୁ ପରେ ବି ନିରାଶ ହୋଇନଥିଲା ଟିମ ଇଣ୍ଡିଆ । ଇଂଲଣ୍ଡକୁ ହରାଇ ବଡ ବିଜୟ ହାସଲ କରିଛି ଭାରତ । ତେବେ ମ୍ୟାଚ ପରେ କ୍ରିକେଟ ଖେଳାଳୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏବଂ ଗ୍ରାଉଣ୍ଡରେ ରୋହିତ ଶର୍ମାଙ୍କ ହାତକୁ ଟେକି ଧରି ବିଜୟର ଉତ୍ସବ ମନାଇଥିଲେ । ଖାଲି ସେତିକି ନୁହେଁ ବରଂ ରୋହିତ ଶର୍ମା ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ କି ମୁଁ ଓଡିଶାକୁ ଭଲପାଏ । ତେବେ ଆଗକୁ କିପରି ଟିମ ଇଣ୍ଡିଆ ଭାରତ ପାଇଁ ଗର୍ବ ଆଣିବ ଏବଂ ଆଗାମୀ ଦିନରେ ଓସିଏକୁ ଅଧିକରୁ ଅଧିକ ମ୍ୟାଚ ମିଳିବ ସେନେଇ ମଧ୍ୟ ପ୍ରୟାସ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।