ଏବେ ବି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଝୁରୁଛନ୍ତି ରାଜ୍ୟବାସୀ । ନବୀନ ଦେଉଥିବା ସୁବିଧା ସୁଯୋଗକୁ ମନେ ପକାଉଛନ୍ତି ସାଧାରଣ ଜନତା । ହଁ ଆଜ୍ଞା, ରାଜ୍ୟରେ ସରକାର ବଦଳିଯାଇଛି ସତ । କିନ୍ତୁ ଏବେବି ସମସ୍ତଙ୍କ ମନରେ ନବୀନ ହ ିଁରହିଛନ୍ତି । ଏବଂ ନୂଆ ସରକାରରେ ସେମାନଙ୍କୁ କେତେ ହୀନସ୍ତା ହେବାକୁ ପଡୁଛି ସେସବୁ ବଖାଣୁଛନ୍ତି । ବିଜେପି ସରକାରକୁ ଆସିବା ପରେ ଯେଉଁ ସବୁ ପ୍ରତିଶୃତି ଦେଇଥିଲା ଏବଂ ଯେଉଁ ସବୁ ଘୋଷଣାମାନ କରୁଥିଲା ତାହା କିଛି ବି ପୂରଣ କରୁନଥିବା ଅଭିଯୋଗ କରୁଛନ୍ତି । ଯାହାର ଉଦାହରଣ ଭତ୍ତା ବୃଦ୍ଧିରୁ ହିଁ ସ୍ପଷ୍ଟ ହୋଇପଡୁଛି । ଭତ୍ତା ନାଁରେ ନୂଆ ସରକାର ଘୋଷଣା କରିଛନ୍ତି କି ୩୦୦୦ ଟଙ୍କା ମିଳିବ । କିନ୍ତୁ ବାସ୍ତବରେ ନବୀନ ସରକାରରେ ଭତ୍ତା ବାବଦକୁ ଯେଉଁ ୧୦୦୦ ଟଙ୍କା ମିଳୁଥିଲା ସେଇ ୧୦୦୦ ଟଙ୍କା ହିଁ ମିଳୁଥିବା ଭତ୍ତା ହିତାଧୀକାରି ଅଭିଯୋଗ କରୁଛନ୍ତି । ଖାଲି ସେତିକି ନୁହେଁ ନବୀନ ବାବୁ ଜିତିଥିଲେ ତାଙ୍କୁ ଜାଗା ଖଣ୍ଡେ ଖଣ୍ଡେ ମିଳିଥାନ୍ତା ବୋଲି ଆଶା କରିଥିଲେ । କିନ୍ତୁ ନବୀନ ସରକାର ହଟିବା ପରେ ଜାଗା ଖଣ୍ଡକ ବି ତାଙ୍କ ପାଇଁ ସ୍ୱପ୍ନ ପାଲଟିଯାଇଛି । ଅନ୍ୟପଟେ ସୁଭଦ୍ରା ଯୋଜନା ନାଁରେ ମଧ୍ୟ ମହିଳାଙ୍କୁ ମୋହନ ସରକାର ଠକି ଦେଇଥିବା ଅଭିଯୋଗ ବାରମ୍ବାର ଆସୁଛି । ପ୍ରଥମେ ପ୍ରତି ମହିଳାଙ୍କୁ ୫୦୦୦୦ ଟଙ୍କା ମିଳିବ ବୋଲି ଘୋଷଣା କଲେ । ପରେ ଭାଉଚର ମାଧ୍ୟମରେ ଦୁଇ ବର୍ଷକୁ ୫୦ହଜାର ଟଙ୍କା ମିଳିବ ବୋଲି କହିଲେ ଆଉ ଏବେ ୫ ବର୍ଷକୁ ୫୦୦୦୦ ଦେବେ ବୋଲି କହୁଛନ୍ତି । ଯାହାକୁ ନେଇ ମହିଳମାନେ ନୂଆ ସରକାର ଉପରୁ ଭରସା ଉଠାଇ ସାରିଥିବା ଚର୍ଚ୍ଚା ହେଉଛି । ଏବଂ ନବୀନ ବାବୁ ଓଡିଆ ନକହିପାରୁଥିଲେ ମଧ୍ୟ ସେମାନଙ୍କ ଦୁଖ ବୁଝୁଥିବା କହୁଛନ୍ତି ।କିନ୍ତୁ ଏପଟେ ବିଜେପି ନେତାମାନେ ଓଡିଶାରେ ଏ ପର୍ଯ୍ୟନ୍ତ ଯେତେ ଯୋଜନା ଅଛି ସେ ମଧ୍ୟରୁ ସବୁଠୁ ବଡ ଯୋଜନା ସୁଭଦ୍ରା ଯୋଜନା ହେବ ବୋଲି ଯୁକ୍ତି ବାଢୁଛନ୍ତି ।

You can share this post!
author