କିଏ କରିଥାଏ ଯୁଦ୍ଧ ଘୋଷଣା ?

କିଏ କରିଥାଏ ଯୁଦ୍ଧ ଘୋଷଣା ?

ପହଲଗାମ ଆତଙ୍କୀ ହମଲାର ଜବାବ ଦେଇସାରିଛି ଅପରେସନ ସିନ୍ଦୂର । ଭାରତର ପ୍ରଚଣ୍ଡ ମାଡରେ କମ୍ପୁଛି ପାକିସ୍ତାନ । ନିର୍ଘାତ ମାଡ ମାରିଲା ହିନ୍ଦୁସ୍ତାନ ଭୂଇଁ କାମୁଡି ପଡିଛି ପାକିସ୍ତାନ । ପାକିସ୍ତାନର ବଡ ବଡ ଚାଲ ଫେଲ ମାରୁଛି । ଭାରତ ମୁହାଁ ହେଉଥିବା ପାକିସ୍ତାନ ବଡ ବଡ ମିସାଇଲ ଏବେ ମାଟିରେ ପଡିଛି । ପାକର ଗୋଟିକ ପରେ ଗୋଟିଏ ଷଡଯନ୍ତ୍ରକୁ ପଣ୍ଡ କରାଉଛନ୍ତି ଭାରତୀୟ ଯବାନ । ଭାରତ ସହ ପଙ୍ଗା ନେଇ ଛାରକାର ହୋଇଯାଇଛି ପାକିସ୍ତାନ । ପାକିସ୍ତାନ ଉପରେ ଭାରତ ଗୋଟିଏ ପରେ ଗୋଟିଏ ମିସାଇଲ ସଫଳ ମାଡ କରିଥିବା ବେଳେ ପାକିସ୍ତାନର ଗୋଟିଏ ପରେ ଗୋଟିଏ ମିସାଇଲ ଫେଲ ମାରିଥିବାର ଦେଖିବାକୁ ମିଳିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଏବେ ଚରମ ସୀମାରେ ପହ଼ଞ୍ଚିଲାଣି । ଲଗାତାର ଭାବେ ଭାରତ ଉପରେ ଡ୍ରୋନ ଆକ୍ରମଣ କରୁଛି ପାକିସ୍ତାନ । ତେବେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ କୌଣସି ଦେଶ ଯୁଦ୍ଧ ଘୋଷଣା କରିନାହାନ୍ତି । ତେବେ କାହିଁକି ହେଉନାହିଁ ଯୁଦ୍ଧ ଏବଂ ଯୁଦ୍ଧ କିଏ ଘୋଷଣା କରେ ଆସନ୍ତୁ ଜାଣିବା ଏହି ରିପୋର୍ଟରେ…

ପହଲଗାମ ଆତଙ୍କବାଦୀ ହମଲାର ଠିକ୍ 14 ଦିନ ପରେ ଭାରତ ଆରମ୍ଭ କରିଥିଲା ଅପରେସନ ସିନ୍ଦୂର । ଛାରଖାର ହୋଇଯାଇଥିଲା 9ଟି ଆତଙ୍କୀ ଆଡ୍ଡା । ଏପ୍ରିଲ 22ରେ ପହଲଗାମ ପାହାଡ ରକ୍ତରେ ଭିଜିଥିଲା କେତେ ଯେ ନିରିହ ଜୀବନ ଗଲା ଧର୍ମ ପଚାରି ମାଡ ମାରିଲେ ନାରୀ ମଥାରୁ ସିନ୍ଦୂର ଛଡାଇ ନେଲେ । ଯାହାର ଜବାବରେ ପାକିସ୍ତାନ ଆତଙ୍କୀକୁ ମିଳିସାରିଛି । ସୀମାରେ ଆରମ୍ଭ ହୋଇଯାଇଛି ଜୋରଦାର ହମଲା । ଭାରତକୁ ଟାର୍ଗେଟ କରି ପ୍ରହାର କରୁଥିବା ପାକ୍ ର ଯୋଜନାକୁ ଭାରତୀୟ ସେନା ପଣ୍ଡ କରୁଛନ୍ତି । ତେବେ ଏଭଳଇ ପରିସ୍ଥିତିରେ କେବେ ଯୁଦ୍ଧ ହେବ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ତେବେ

• ଯୁଦ୍ଧ ଘୋଷଣା ନେଇ କୌଣସି ନିର୍ଦ୍ଦିଷ୍ଟ ପ୍ରକ୍ରିୟା ନାହିଁ
• ସମ୍ୱିଧାନରେ ଜାତୀୟ ଜରୁରି ପରିସ୍ଥିତିର ଉଲ୍ଲେଖ ରହିଛି

• ଅନୁଚ୍ଛେଦ 352 ଅନୁସାରେ ହିଁ ଯୁଦ୍ଧ ଘୋଷଣା ହୋଇପାରିବ
• କେବଳ ରାଷ୍ଟ୍ରପତି ହିଁ ଯୁଦ୍ଧ ଘୋଷଣା କରିପାରିବେ

ରାଷ୍ଟ୍ରପତି ତିନିସେନାର ମୁଖ୍ୟ ଓ ସରକାରଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇପାରିବେ । ପ୍ରଧାନମନ୍ତ୍ରୀ ଓ କ୍ୟାବିନେଟ ରାଷ୍ଟ୍ରପତିଙ୍କୁ ଏନେଇ ଉପଦେଶ ଦେଇପାରିବେ । ଯୁଦ୍ଧ ଘୋଷଣା ପରେ ପ୍ରତିରକ୍ଷା ମନ୍ତ୍ରାଳୟ ଓ ବୈଦେଶିକ ମନ୍ତ୍ରାଳୟ ରାୟ ନିଆଯାଇଥାଏ । କେବଳ ସେତିକି ନୁହେଁ ବରଂ ସେନା ମୁଖ୍ୟ,ଗୁଇନ୍ଦା ସଂସ୍ଥା ଓ କୂଟନୀତିଜ୍ଞଙ୍କ ମତ ଲୋଡାଯାଇଥାଏ । ଏଥିପାଇଁ ସରକାର ରାଷ୍ଟ୍ରପତିଙ୍କୁ ସୁପାରିସ କରିଥାଆନ୍ତି । ଛଅମାସ ପର୍ଯ୍ୟନ୍ତ ଜାତୀୟ ଜରୁରୀ ପରିସ୍ଥିତି ଲାଗୁ କରାଯାଇଥାଏ । ଯେଉଁଥିପାଇଁ ସଂସଦର ମଞ୍ଜୁରି ଆବଶ୍ୟକ । ଆବଶ୍ୟକ ପଡ଼ିଲେ ଅବଧି ବଢ଼ାଇବାର ପ୍ରାବଧାନ ରହିଛି । ଭାରତ କେବେ ବି ଔପଚାରିକ ଯୁଦ୍ଧ ଘୋଷଣା କରିନି ।
୧୯୪୭ରେ କାଶ୍ମୀରକୁ ନେଇ ପ୍ରଥମ ଯୁଦ୍ଧ ହୋଇଥିଲା । କୌଣସି ଦେଶ ଯୁଦ୍ଧ ଘୋଷଣା କରି ନଥିଲେ । ୧୯୬୨ ଭାରତ-ଚୀନ ଯୁଦ୍ଧର ମଧ୍ୟ ଘୋଷଣା ହୋଇ ନଥିଲା । ୧୯୬୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା । ତେବେ ଉଭୟ କୌଣସି ଔପଚାରିକ ଘୋଷଣା କରି ନଥିଲେ । ୧୯୭୧ରେ ମଧ୍ୟ ଯୁଦ୍ଧ ଘୋଷଣା ହୋଇ ନଥିଲା । ୧୯୭୧ରେ ବାଂଲାଦେଶକୁ ନେଇ ଭାରତ-ପାକିସ୍ତାନ ଯୁଦ୍ଧ ହୋଇଥିଲା । ଭାରତ-ପାକିସ୍ତାନ ମଧ୍ୟରେ ୧୩ ଦିନ ଧରି ଚାଲିଥିଲା ଯୁଦ୍ଧ । ଏହାପରେ ପାକିସ୍ତାନଠାରୁ ଅଲଗା ହୋଇଥିଲା ବାଂଲାଦେଶ ।

author

Related Articles

Leave a Reply

Your email address will not be published. Required fields are marked *