ଭାରତୀୟ କ୍ରିକେଟ ଟିମରେ ପଡିଛି ଚଡକ । କିଏ ହେବେ ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ? ରାହୁଲ ଦ୍ରାବିଡଙ୍କ ଉତ୍ତରାଧିକାରୀ ଭାବେ କିଏ ହେବ ଭାରତୀୟ କ୍ରିକେଟ ଟିମର ହେଡ୍ କୋଚ୍ ବା ମୁଖ୍ୟ ପ୍ରଶିକ୍ଷକ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ରାହୁଲ ଦ୍ରାବିଡଙ୍କ କାର୍ୟ୍ୟକାଳ ସରିବାକୁ ଯାଉଛି। ଏଥିପାଇଁ ଈଉଉଓ କୋଚ୍ ସନ୍ଧାନରେ ଥିବାବେଳେ ନିଯୁକ୍ତି ପାଇଁ ମଧ୍ୟ ଆବେଦନ ମେ ୨୭ରେ ସରିଯାଇଛି। ଆବେଦନ କରିଥିବା ପୂର୍ବତନ ଖେଳାଳିଙ୍କ ବିଷୟରେ କୌଣସି ରିପୋର୍ଟ ପ୍ରକାଶ ପାଇନଥିଲେ ମଧ୍ୟ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ)ର ବର୍ତ୍ତମାନର ଚେୟାରମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ ଏହି ପଦବୀ ପାଇଁ ଆଗ୍ରହୀ ନଥିବା ଜଣାପଡ଼ିଛି। ତେବେ ହେଡ୍ କୋଚ୍ ଦୌଡ଼ରେ ଗୌତମ ଗମ୍ଭୀରଙ୍କ ନାଁ ଆଗରେ ଥିବାବେଳେ ବିସିସିଆଇ ତାଙ୍କୁ ଏହି ଗୁରୁ ଦାୟିତ୍ୱ ଦେବାକୁ ଯୋଜନା କରୁଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର କ୍ରିକେଟ ଟିମର ମୁଖ୍ୟ କୋଚ୍ ହେବାକୁ ଯାଉଛନ୍ତି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ସମସ୍ତ ତିନୋଟି ଫର୍ମାଟରେ ଗମ୍ଭୀର ହେଡ୍ କୋଚ୍ ରହିବେ। ଇଣ୍ଡିଆନ ପ୍ରିମିୟର ଲିଗ୍ (IPL), ୨୦୨୪ ସଂସ୍କରଣରେ ଗମ୍ଭୀରଙ୍କ ମେଣ୍ଟରସିପ୍ ଅଧୀନରେ କୋଲକାତା ନାଇଟ୍ ରାଇଡର୍ସ((KKR)) ଚାମ୍ପିଅନ୍ ହୋଇଛି। ଏହା ପୂର୍ବରୁ ମଧ୍ୟ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ((LSG) ) ଓଚଖ ୨୦୨୨ ଏବଂ ଓଚଖ ୨୦୨୩ରେ ପ୍ଲେ ଅଫ୍ ରାଉଣ୍ଡରେ ପ୍ରବେଶ କରିଥିଲା। ବିଶେଷ କରି କୋଲକାତାର ବିଜୟ ପରେ ଗମ୍ଭୀର ଭାରତର ହେଡ୍ କୋଚ୍ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଟିମ୍ ଇଣ୍ଡିଆର ପୂବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଏକ ପୋଷ୍ଟ କିଛି ଭିନ୍ନ ଦିଗକୁ ଟାଣି ନେଇଛିା ସେ ଏକ ପୋଷ୍ଟରେ ବୁଲାଇ ବଙ୍କାଇ ଟିମ୍ ଇଣ୍ଡିଆର କୋଚ୍ କିଭଳି ହେବା ଆବଶ୍ୟକ ସେ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ତେଣୁ କୋଚ୍ ଏବଂ ଇନଷ୍ଟିଚ୍ୟୁସନ ଦେଖିଚାହିଁ ଚୟନ କରିବା ପାଇଁ ସେ ଟ୍ୱିଟ ଜରିଆରେ ନିଜ ମତ ପ୍ରକାଶ କରିଛନ୍ତି । ତେବେ ଗାଙ୍ଗୁଲିଙ୍କ ଏଭଳି ପୋଷ୍ଟକୁ ଅନେକ ସକରାତ୍ମକରେ ନେଉଥିବା ବେଳେ ଅନେକ ଏହାକୁ ବିରୋଧ କରୁଥିବା କୁହାଯାଉଛି ।

You can share this post!
author
Related Articles
ମୁହଁ ଖୋଲିଲେ ରୋହିତ୍
- March 11, 2025
ଭାରତ ପାଇଁ ଆସୁଛି ପରୀକ୍ଷାର ବେଳ !
- March 3, 2025
ଭାରତ-ପାକ୍ ଦମଦାର ଲଢେଇ..ଫ୍ରିରେ ମ୍ୟାଚ୍ ଦେଖାଉଛି ଏହି ଆପ୍…
- February 23, 2025