କିଏ ଯିବେ ରାଜ୍ୟସଭା ତାକୁ ନେଇ ଯେଉଁ କଳ୍ପନା ଜଳ୍ପନା ଲାଗି ରହିଥିଲା ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଫେବୃଆରୀ ୨୭ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ଦଳ ୨ ଜଣ ପ୍ରାର୍ଥୀଙ୍କ ନାଁରେ ମୋହର ମାରିଛି । କଟକ ବାରବଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆ ନାମାଙ୍କନ ପତ୍ର ମଧ୍ୟ ଭରି ସାରିଲେଣି । କିନ୍ତୁ ତୃତୀୟ ପ୍ରାର୍ଥୀ କିଏ ହେବେ ଏବଂ ସେ କେଉଁ ଦଳରୁ ହେବେ ତାକୁ ନେଇ ଏବେବି ସସପେନ୍ସ ଜାରି ରହିଛି । ପୂର୍ବରୁ ଯେଉଁ ମାନଙ୍କ ନାଁ କୁ ନେଇ ଚର୍ଚ୍ଚା ହେଉଥିଲା ସେମାନଙ୍କ ମଧ୍ୟରୁ ନବୀନ କାହାକୁ ବାଛିବେ ନା ପୁଣି ସପ୍ରାଇଜ କାର୍ଡ ଖେଳିବେ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଗଲାଣି ।

You can share this post!
author