ଦିଲ୍ଲୀ ନିର୍ବାଚନରେ ବିଜେପିର ବଡ ବିଜୟ ହେବା ପରେ କିଏ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତାହା ଉପରେ ସାରା ଦେଶର ନଜର ରହିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପାଇଁ ମଧ୍ୟ ଦଳ ନୂଆ ଚେହେରା ବାଛିପାରେ । ତେବେ ଏ ନେଇ ବିଧାୟକ ଦଳ ବୈଠକରେ ସ୍ପଷ୍ଟ ହେବ । ଆସନ୍ତା 19 ତାରିଖରେ ଦିଲ୍ଲୀରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ୧୭ ଓ ୧୮ ତାରିଖରେ ବସିପାରେ ବିଜେପିର ବିଧାୟକ ଦଳ ବୈଠକ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ସବୁଠୁ ଆଗରେ ପରଭେଶ ବର୍ମା ଥିବା ବେଳେ ଆହୁରୀ ଅନେକ ନେତାଙ୍କ ନାଁ ସାମ୍ନାକୁ ଆସୁଛି । ତେବେ ବିଜେପି ପୁଣି ସରପ୍ରାଇଜ ଚେହେରା ସାମ୍ନାକୁ ଆଣିପାରେ ବୋଲି କୁହାଯାଉଛି।

You can share this post!
author