କିଟ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଆଜି ଆନନ୍ଦପୁର ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଆନନ୍ଦପୁର କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରାଯାଇଛି l ଛାତ୍ରୀଙ୍କ ଆତ୍ମହତ୍ୟା ପରେ କିଟ ପରିସରେ ସୃଷ୍ଟି ହେଉଥିବା ଅଶାନ୍ତକର ପରିସ୍ଥିତି ସହ ବିଶ୍ବବିଦ୍ୟାଳୟର କର୍ତ୍ତୁପକ୍ଷ ଏବଂ ସୁରକ୍ଷା କର୍ମି ଛାତ୍ରଛାତ୍ରୀ ମାନଙ୍କୁ ମାଡ ମାରିବା ଘଟଣାକୁ ନେଇ ଘୋର ନିନ୍ଦା କରାଯାଇଛି l ଏହା ଭାରତ ତଥା ଓଡିଶାର ଗୌରବକୁ ନଷ୍ଟ କରୁଥିବା କଥା ଆନନ୍ଦପୁର ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ପ୍ରଚାରକ ସୁଜିତ କୁମାର ନାୟକ ପ୍ରକାଶ କରିଛନ୍ତି l ରାଜ୍ୟ ସରକାର ତଦନ୍ତ କରି ତୁରନ୍ତ କିଟ କର୍ତ୍ତୁପକ୍ଷଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି l
ତେବେ କିଟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ ମଙ୍ଗବାର ଦିନ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର .ଏହି କମିଟିରେ ରହିଛନ୍ତି ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ,ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଓ ଉଚ୍ଚ ଶିକ୍ଷା ବିଭାଗର ସଚିବ . ଛାତ୍ରଛାତ୍ରୀଙ୍କୁ ଘରୋଇ ସୁରକ୍ଷାକର୍ମୀ ମାଡ ମାରିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ସହ ଦୋଷୀଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାର ପ୍ରକାଶ କରିଛନ୍ତି .