ବିଗତ ବିଜେଡି ସରକାର ଅନେକ ସମୟରେ ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ବାହା ବାହା ନେଇଥିଲେ । ହେଲେ ତାଙ୍କ ସରକାର ସମୟରେ ପାନୀୟ ଜଳକୁ ଅନେକ ଅଭିଯୋଗ ଆସିଥିଲେ ସୁଦ୍ଧା ଅବହେଳା କାରଣରୁ ୩୦ ରୁ ଉର୍ଦ୍ଧ୍ବ ଲୋକ ମୃତ୍ୟୁବରଣ କରିଥିବାବେଳେ ଆଜି ବି ୭୦ ରୁ ଉର୍ଦ୍ଧ୍ବ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ହୋଇ କିଡନୀ ରୋଗରେ ଆକ୍ରାନ୍ତ ଅଛନ୍ତି ।
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଟିପିଗୁଡା ପଞ୍ଚାୟତରେ ଦୀର୍ଘ ୨୦ ରୁ ଉର୍ଦ୍ଧ୍ବ ବର୍ଷ ହେବ ଏଠାରେ ବାହାରୁ ଥିବା ନଳକୂପର ଫ୍ଲୋରାଇଡ ପାଣି ପିଇ ଅନେକ ମୃତ୍ୟୁ ବରଣ ପରେ ସ୍ଥାନୀୟ ଲୋକେ ପ୍ରଶାସନ ସହିତ ରାଜନେତାଙ୍କୁ ଅବଗତ କରାଇବା ସହ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଦାବି କରିଥିଲେ । ହେଲେ ଏହି ପଞ୍ଚାୟତକୁ ପ୍ରଶାସନ ସହିତ ରାଜନେତା ମାନେ ଅଣଦେଖା କରିବା ଫଳରେ ଆଜି ସେହି ବିଷାକ୍ତ ପାଣି ପାଇଁ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଅନେକ ମୃତ୍ୟୁ ହୋଇଥିବା ବେଳେ ଏବେବି ୭୦ ପ୍ରତିଶତ ରୁ ଉର୍ଦ୍ଧ୍ବ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହିତ ସଂଘର୍ଷ କରୁଥିବା ଅଭିଯୋଗ ହୋଇଛି । ତେବେ ଏହାର ସ୍ଥାୟୀ ସମାଧାନ କରି ନଦୀରୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପଞ୍ଚାୟତ ବସୀ ଦାବି କରିଛନ୍ତି ।
ଦୀର୍ଘ ୨୫ ବର୍ଷ ଧର୍ମଗଡ ନିର୍ବାଚନ ମଣ୍ଡଳୀ ବିଜେଡି ଆକ୍ତିଆରରେ ରହିଥିବା ବେଳେ ଏଠାରେ ୨୫ ବର୍ଷ ବିଜେଡି ର ବିଧାୟକ ରହିଥିଲେ । ହେଲେ ଟିପିଗୁଡା ପଞ୍ଚାୟତର ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରି ପାରିନଥିଲେ । ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ରାଜ୍ୟ ତଥା ରାଜ୍ୟ ବାହାରେ ଚିକିତ୍ସା ହୋଇ ଅନେକ ଖର୍ଚ୍ଚାନ୍ତ ହେବା ସହ ମୃତ୍ୟୁ ବରଣ କରୁଥିବା ଅଭିଯୋଗ ହୋଇଛି। ପଞ୍ଚାୟତ ବାସୀ ଅନେକ ସମୟରେ ଜିଲ୍ଲାପ୍ରଶାସନରବିଧାୟକ ତଥା ମନ୍ତ୍ରୀ ମାନଙ୍କୁ ଅଭିଯୋଗ କରିଥିଲେ ହେଲେ କେହି କର୍ଣ୍ଣପାତ କରିନଥିଲେ ବୋଲି ଅଭିଯୋଗ କହିଛନ୍ତି । ତେବେ ଏହି ଗାଁ ରେ କିଡନୀ ରୋଗ ବ୍ୟାପିବା ନେଇ ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ପାନୀୟ ଜଳ ପାଇଁ ଏହା ବ୍ୟାପୁଥିବା କହୁଥିବା ବେଳେ ପାନୀୟ ଜଳ ସଂଗ୍ରହ କରାଯାଇ ଲେବ କୁ ଟେଷ୍ଟ ପାଇଁ ପଠାଇ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ତେବେ ଜଳ ଯୋଗାଣ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଗ୍ରାମବାସୀ ନଦୀ ରୁ ପାନୀୟ ଜଳ ଯୋଗାଇ ଦେବାକୁ ଦାବି କରୁଥିବା ଯୋଗୁଁ ଜଳ ଯୋଗାଣ କାମ ଅଧାରେ ଅଟକି ରହିଥିବା କହିଛନ୍ତି ।ତେବେ ସରକାର ଧର୍ମଗଡ ବ୍ଲକ ର ଟିପିଗୁଡା ଗ୍ରାମ ପଞ୍ଚାୟତ କୁ ଦୃଷ୍ଟି ଦେଇ ତାଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା ନକଲେ ଆଗାମୀ ଦିନରେ ଅନେକ ଲୋକ କିଡନୀ ରୋଗରେ ମୃତ୍ୟୁ ବରଣ କରିବେ ଏଥିରେ ସନ୍ଦେହ ନାହିଁ।