ହଁ ଦର୍ଶକବନ୍ଧୁ ୨୦୨୪ ନିର୍ବାଚନ ପାଇଁ ବିଜେଡି ଦଳ ନିଜ ସମରସର୍ଯ୍ୟା କରିଥିବା ବେଳେ ଏକଦା ରାଜ୍ୟ ରାଜନୀତିରେ ବେଶ ସକ୍ରିୟ ଥିବା ପୂର୍ବତନ ସାଂସଦ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀଙ୍କୁ ଆଉ ଦଳରେ ଦେଖିବାକୁ ମିଳୁନି । ସମସ୍ତ ସରକାରୀ କି ବେସରକାରୀ କିମ୍ଭା ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଭଳି ମୁଖ୍ୟ କାର୍ଯ୍ୟକ୍ରମରେ ପ୍ରଦୀପଙ୍କ ଅନୁପସ୍ଥିତି ସାଧାରଣରେ ଚର୍ଚ୍ଚା ହେଉଛି । ଏସଡିସି ଭଳି ଗୁରୁଦାୟିତ୍ୱରେ ଥିବା ପ୍ରଦୀପଙ୍କ କଣ ପାଈଁ ରାଜନୀତିରେ ସକ୍ରିୟ ନାହାନ୍ତି ଏଥିପାଇଁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ନବରଙ୍ଗପୁର ଲୋକସଭା ଆସନରୁ ଲଢୁଥିବା ପ୍ରଦୀପଙ୍କୁ ଆଉ ଦେଖିବାକୁ ମିଳୁନି । ନିକଟରେ ସୁପ୍ରିମେ ମାଲକାନାଗିରିରେ ଲକ୍ଷ୍ମୀ ଯୋଜନା ଆରମ୍ଭ କଲେ ହେଲେ କାର୍ଯ୍ୟକ୍ରମରେ ପ୍ରଦୀପ ମାଝି ଅନୁପସ୍ଥିତି ରାଜନୌତିକ ମହଲାରେ ଚର୍ଚ୍ଚା ହେଉଛି । ନିକଟରେ ପ୍ରଦୀପଙ୍କ ସାନ ଭାଇ ପ୍ରଦୀପଙ୍କୁ ଦଳରେ ଅଣଦେଖା ହେଉଛି ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହାକୁ କାଟିବାକୁ ପ୍ରଦୀପ କହିଥିଲୋ ତେବେ ଏଠାରେ ପ୍ରଶ୍ନ ଉଠୁଛି କଣ ପ୍ରଦୀପଙ୍କୁ ଚୁପ ରହିବା ପାଇଁ ଦଳ ବାଧ୍ୟ କରୁଛି ନାଁ ଆଉ କିଛ କାରଣ ଅଛି । ପ୍ରଦୀପ ୨୪ ନିର୍ବାଚନ ଲଢେବେ କି ନାହିଁ ସେ ଉପରେ ମଧ୍ୟ ପ୍ରଶ୍ନବାଚୀ ରହିଛି ? ବିଜେଡ ପକ୍ଷରୁ ପ୍ରଦୀପ ଲୋକସଭା ଲଢିବେ ନାଁ ଆଉ କେଉଁଠି ଲଢିବେ ? ସକ୍ରୀୟ ନଥିବା ପ୍ରଦୀପ ମାଝିଙ୍କୁ କଣ ଦଳ ବିଶ୍ୱାସ କରି ଟିକେଟ ଦେବ ?
ଭୁବନେଶ୍ୱରରୁ ଡିମ୍ପଲ ସ୍ୱାଇଁଙ୍କ ରିର୍ପୋଟ