କୁଆଡେ ଗଲେ ଭଣଜା ?. ବାରମ୍ବାର ମେଜରଙ୍କ ବାନ୍ଧବୀଙ୍କ ଭିଡିଓ ଭାଇରାଲ କରୁଥିଲେ ଏମାନେ . ରହସ୍ୟ ଘେରରେ ଭାରତପୁର ଥାନା ମାମଲା .ସେ ଝିଅ ମଦ ପିଇଥିଲା କାହିଁକି ?ରାତିରେ ବୁଲୁଥିଲା କାହିଁକି?ଥାନାରେ ସିସିଟିଭି ନଥିଲା କାହିଁକି? ଏସବୁ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଘୁରିବୁଲୁଛି .ଆମେ ଆପଣଙ୍କ ଏହି ପ୍ରଶ୍ନ ଉଭତର ଦେବାକୁ ଚେଷ୍ଟା କରିବୁ ନିଶ୍ଚୟ .ତେବେ ଥମିବାରେ ନାଁ ଧରୁନି ଭରତପୁର ଥାନା ବବାଦ . ଏହାକୁ ନେଇ ଏବେ ଲୋକଙ୍କ ମନରେ ହଜାର ପ୍ରଶ୍ନ ସୃଷ୍ଟି ହୋଇଛି . ଆଉ ଦ୍ୱନ୍ଦ ଭିତରେ ସମସ୍ତେ .ପ୍ରକୃତରେ ସେ ଦିନ ରାତିରେ କଣ ହୋଇଥିଲା ?ତେବେ ଦର୍ଶକ ବନ୍ଧୁ ୧୪ ତାରିଖ ରାତିରେ ମେଜରଙ୍କ ବାନ୍ଧବୀ ଭରତପୁର ଥାନାକୁ ଏଫଆଇଆର ଲେଖିବାକୁ ଯାଆନ୍ତି . ପରେ ତାଙ୍କ ସହ ସେଠାରେ କଣ ହେଲା ତାହା ତ ଆମକୁ ଜଣାନାହିଁ . କିନ୍ତୁ ଏହାପରେ ଯୁବତୀ ଜଣଙ୍କ ହସ୍ପିଟାଲ ପରିସରରେ କୁହନ୍ତି କି ଥାନାରେ ତାଙ୍କ ସହିତ ର୍ଦୁବ୍ୟବହାର ହୋଇଥିଲା . ଏହା ପରେ ଯୁବତୀ ଜଣଙ୍କର ଗୋଟିଏ ପରେ ଗୋଟିଏ ଭିଡିଓ ଭାଈରାଲ ହୁଏ .ଆଉ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଏ . ଅପରପକ୍ଷେ ଏତେ ବଡ଼ ଥାନାରେ ସିସିଟିଭି ନଥିବା ଘଟଣାକୁ ଦେଖିଲେ ଲୋକେ କହୁଛନ୍ତି ଏହା ପଛରେ ନିଶ୍ଚୟ କିଛି ବଡ଼ ଲୋକଙ୍କ ହାତ ରହିଛି .ଏଭଳି କଥାକୁ ଶୁଣିବା ପରେ ଲୋକେ କହୁଛନ୍ତି . ଭଣଜା ଗଲେ କୁଆଡେ ତାହାକୁ ଆଲୋଚନା କରାଯାଉନାହିଁ .
ତେବେ ଆମେ ଏଠାରେ କହିରଖୁଛି ଆମ ସରକାର ଏହି ଘଟଣାକୁ ଦୃଷ୍ଟିରେ ରଖି . ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଆଲୋଚନା କରି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି . ବିଚାରପତି ଜଷ୍ଟିସ ଚିତରଞନ ଦାଶଙ୍କ ଦ୍ୱାରା ଏହି ମାମଲାର ତଦନ୍ତ ହେବ . ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ କମିଶନଙ୍କୁ ଅନୁରୋଧ ପ୍ରକାଶ ପାଇଛି . ତଦନ୍ତ ପରେ ହଁ ପ୍ରକୃତ ସତ ପଦାକୁ ଆସିବା .