ଚଳିତ ନିର୍ବାଚନର ଫଳାଫଳ ସତେ ଯେମିତି ଓଡିଶାର ମେରୁଦଣ୍ଡକୁ ଦୋହଲାଇ ଦେଇଛି । 24 ବର୍ଷ ଧରି ଓଡିଶାରେ ରାଜ କରୁଥିବା ନବୀନ ପଟ୍ଟନାୟକ ଏବେ ଓଡିଶାବାସୀଙ୍କ ପାଇଁ ପାଲଟି ଯାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । ତେବେ ବିଜେଡିର ଏଭଳି ଶୋଚନୀୟ ପରାଜୟ ଏବେ ରାଜ୍ୟ ରାଜନୀତିରେ ଏକ ଚର୍ଚ୍ଚାର ବିଷୟ ପାଲଟିଯାଇଛି । ତାମିଲବାବୁଙ୍କ ଶାସନରେ ଅତିଷ୍ଠ ହୋଇପଡିଥିଲେ ରାଜ୍ୟବାସୀ ଆଉ ଯାହାର ଠିକ ଜବାବ ଭୋଟ ମାଧ୍ୟମରେ ସାଧାରଣ ଜନତା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ଲୋକଙ୍କ ମୁହଁରେ ଏବେ କେବଳ ଗୋଟିଏ କଥା ଭିକେ ପାଣ୍ଡିଆନଙ୍କ ପାଇଁ ଆଜି ତଳିତଳାନ୍ତ ହୋଇଯାଇଛି ବିଜୁ ଜନତା ଦଳ । ଲୋକେ ଗୋଟିଏ ପଟେ ନବୀନ ପଟ୍ଟନାୟକଙ୍କ ଗୁଣଗାନ କରୁଛନ୍ତି ଅନ୍ୟପଟେ ପାଣ୍ଡିଆନଙ୍କୁ ଘୃଣା କରିବା ଆରମ୍ଭ କରିଦେଲେଣି । ଓଡିଶା ରାଜନୀତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାରଥୀ ସାଜିଥିବା ଭିକେ ପାଣ୍ଡିଆନ ଦିନେ ଓଡିଶାର ହିରୋ ସାଜିଥିଲେ । ଆଉ ବିଜେଡି ହାରିବା ପରେ ହିରୋ ଏବେ ଜିରୋ ହୋଇଯାଇଛନ୍ତି । ଲୋକଙ୍କୁ ପ୍ରତିଶ୍ରୁତି ଦେଉଥିଲେ ନବୀନ ବାବୁଙ୍କ କଥାକୁ ଲୋକଙ୍କ ପାଖରେ ପହଞ୍ଚାଉଥିଲେ । ହେଲେ ବିରୋଧିଙ୍କ ଆଖିରେ ଜଣେ ତାମିଲ ତଥା ଅଣଓଡିଆ । ତେବେ ସେହି ଅଣଓଡିଆ ଏବେ କୁଆଡେ ଗଲେ । ନିର୍ବାଚନ ଫଳାଫଳ ଆସିବାର ଦୁଇଦିନ ହୋଇଗଲାଣି । ମୁଖ୍ୟମନ୍ତ୍ରୀ ପଦରୁ ମଧ୍ୟ ନବୀନ ପଟ୍ଟନାୟକ ଇସ୍ତଫା ଦେଲେ କିନ୍ତୁ କେଉଁଠାରେ ବି ନଜର ଆସିଲେନି ଭିକେ ପାଣ୍ଡିଆନ । ସୋସିଆଲ ମିଡିଆରେ ଏତେ ଆକ୍ଟିଭ ରହୁଥିବା ପାଣ୍ଡିଆନ ବାବୁ ତାମିଲନାଡୁ ଚାଲିଗଲେ ବୋଲି ବିଜେପି ଶିବିରରେ ଚର୍ଚ୍ଚା ହେଲାଣି । ଶେଷରେ ଯାହା ଚାହୁଁଥିଲେ ଓଡିସାବାସୀ ସେୟା ହେଲା ବୋଧହୁଏ ରାଜନୀତିରୁ ସନ୍ନ୍ୟାସ ନେଇଗଲେ ଭିକେ ପାଣ୍ଡିଆନ ।

You can share this post!
author