କେନ୍ଦୁଝର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ, ଜିଲ୍ଲା ସମବାୟ ସଂଘ ଓ ସମବାୟ ବିଭାଗ ପକ୍ଷରୁ ଆଜି ଆନନ୍ଦପୁର ସମବାୟ ବ୍ୟାଙ୍କ କେନ୍ଦ୍ର ଠାରେ ୭୧ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ ହୋଇଛି | ପ୍ରଥମେ ଆନନ୍ଦପୁର କଲେଜ ନିକଟରୁ ଗଣଦୌଡ଼ ଆରମ୍ଭ ହୋଇ କେସିସି ବ୍ୟାଙ୍କ ପର୍ଯ୍ୟନ୍ତ ଆସିଥିଲେ ପରେ ବ୍ୟାଙ୍କ ପରିସର ପତାକା ଉତ୍ତୋଳନ କରାଯାଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥିଭାବେ ଆନନ୍ଦପୁର ଉପ ଜିଲ୍ଲାପାଳ ଫାଲ୍ଗୁନୀ ମାଝି, ଏରସିଏସ ଆନନ୍ଦପୁର ବିକାଶ ଚନ୍ଦ୍ର ନାୟକ, ସମବାୟ ସମିତିର ସଭାପତି ସୁଶିଲ କୁମାର ହୋତା, କିଶୋର ଯେନା, ଗହଳମୁଣ୍ଡା ସୋସାଇଟିର ସେକ୍ରେଟାରୀ ରଶ୍ମିରଞ୍ଜନ ମିଶ୍ର ଓ ବହୁ ବ୍ୟକ୍ତି ବିଶେଷ ବ୍ୟାଙ୍କର କର୍ମଚାରୀ, ସମବାୟ ସମିତି ନିର୍ଦ୍ଦେଶକ, କଲେଜ ଓ ସ୍କୁଲ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଏହା ଆଜିଠାରୁ ଆରମ୍ଭ ହୋଇ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ନେଇ ସୂଚନା ମିଳିଛି ll

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025