ଧର୍ମଗଡ ବସ୍ତିପଡ଼ା ର ଦୁଇ କୁନି ଜଗନ୍ନାଥ ଙ୍କ ଭକ୍ତ ରଥଯାତ୍ରା ରେ ଗଢ଼ିଛନ୍ତି ଦୁଇଟି ସୁନ୍ଦର କୁନି ରଥ ପ୍ରଥମ କୁନି ଭକ୍ତ ହେଉଛନ୍ତି ରୋହନ ନାଏକ, ବୟସ ୧୧ ବର୍ଷ ଷଷ୍ଠ ଶ୍ରେଣୀ ରେ ପଡୁଛନ୍ତି,ପିତା ଙ୍କ ନାମ ଦିଲୀପ ନାଏକ, ଦ୍ୱତୀୟ କୁନି ଭକ୍ତ ହେଉଛନ୍ତି ଦେବ ନାଏକ, ବୟସ ୧୨ ବର୍ଷ ସପ୍ତମ ଶ୍ରେଣୀ ରେ ପାଠ ପଢୁଛନ୍ତି,ତାଙ୍କ ପିତା ଙ୍କ ନାମ ହେଉଛି ଚଷନ୍ତ ନାଏକ, ଉଭୟ ଦୁହେଁ ପାଠ ପଢିବା ସଙ୍ଗେ ସଙ୍ଗେ ଚିତ୍ର ଅଙ୍କିବା, ମୂର୍ତ୍ତି ଗଢିବା, ଏବଂ ଅଦରକାରୀ ଆସବା ପତ୍ରରୁ ବିଭିନ୍ନ ଦେବା ଦେବୀ ର ମୂର୍ତ୍ତି ତିଆରି କରନ୍ତି ଏହି ବର୍ଷ ରଥଯାତ୍ରା ଉପଲକ୍ଷେ ସେ ତାଙ୍କ କୁନି କୁନି ହାତରେ କୁନି ରଥ ଟିଏ ଗଢିଛନ୍ତି ଯାହା ଦେଖି ବାକୁ ବେଶ ସୁନ୍ଦର, ଅତିମନୋରମ, ଲୋକେ ଏହି ଭଳିଆ କୁନି ରଥ କୁ ଦେଖି ବେଶ ଆନନ୍ଦ ଉଲ୍ଲାସ ସହିତ ସହିତ ତାଙ୍କର ଉଜ୍ୱଳ ମୟ ଭବିଷ୍ୟତ କାମନା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି, ସତରେ ଯାହାକୁ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ କୃପାର ଡୋରି ଲାଗି ଯାଏ ଅସମ୍ଭବ କାର୍ଯ୍ୟ ବି ସମ୍ଭବ ହୋଇ ଯାଏ,

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ବରଗଡ ପୋଲିସକୁ ବଡ ସଫଳତା..
- June 3, 2025