କୁମ୍ଭମେଳା ପାଇଁ ଓଡିଶାରୁ ଗଡିଲା ସ୍ୱତନ୍ତ୍ର ବସ୍

କୁମ୍ଭମେଳା ପାଇଁ ଓଡିଶାରୁ ଗଡିଲା ସ୍ୱତନ୍ତ୍ର ବସ୍

ଓଡିଶାରୁ ଉତ୍ତରପ୍ରଦେଶ ପ୍ରୟାଗରାଜକୁ ଗଡିଲା ସ୍ୱତନ୍ତ୍ର ବସ । ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭ ମେଳା ପାଇଁ ଏହି ବସ୍ ସେବା ଆରମ୍ଭ ହୋଇଛି । ଯାହାର ଉଦଘାଟନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଛନ୍ତି । ତେବେ ଏହି ମେଳା ପାଇଁ ଓଡିଶାରୁ ୮ଟି ବସ୍ ଗଡିଛି । ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ଗଡ଼ିଛି ବସ୍ । ବ୍ରହ୍ମପୁରରୁ ବସ୍ ଚଳାଚଳର ଶୁଭାରମ୍ଭ ହୋଇଛି । ଭିଡିଓ କନ୍ଫରେନ୍ସିଂ ମାଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି । ଏହି ବସରେ ୪୨ ଜଣ ଯାତ୍ରୀ ବସି ଅଯୋଧ୍ୟାକୁ ଯାଇପାରିବେ । ଏଥିରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ରିହାତି ରହିଛି । ରହିବା, ଖାଇବାର ବ୍ୟବସ୍ଥା କରିବ ଓଏସ୍ଆରଟିସି ।

author

Related Articles

Leave a Reply

Your email address will not be published. Required fields are marked *