ବିଜେଡି ନେତା ବବି ଦାସଙ୍କୁ ଲାଗିଲା ଝଟକା । ଯାଜପୁର କୁସୁମାରେ ନିର୍ମାଣ କରାଯାଇଥିବା ବିଳାସପୂର୍ଣ୍ଣ ବଙ୍ଗଳାକୁ ବେଆଇନ ଘୋଷଣା କଲେ ଯାଜପୁର ଜିଲ୍ଲାପାଳ । ବିଧାୟକ ପଦରୁ ହଟିବା ପରେ ସମସ୍ତଙ୍କ ଟାର୍ଗେଟରେ ଯେପରି ବବି ଦାସ ରହିଛନ୍ତି । ପ୍ରଥମ ଭୁବନେଶ୍ୱର ବାସଭବନକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଏବେ ଯାଜପୁରରେ ନିର୍ମାଣ ହୋଇଥିବା ବିଳାସ ପୂର୍ଣ୍ଣ ବଙ୍ଗଳାକୁ ନେଇ ହଇଚଇ ସୃଷ୍ଟି ହୋଇଛି । କାହା ନିର୍ଦ୍ଦେଶରେ ଏବଂ କିଏ ଏଭଳି ବଙ୍ଗଳା ତିଆରି କରିଛି ତାକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଆଉ ଜିଲ୍ଲାପାଳଙ୍କ ପୂର୍ବରୁ କୁସୁମାର ଏହି ବିଳାସପୂର୍ଣ୍ଣ ବଙ୍ଗଳା ସମ୍ପର୍କରେ ସ୍ପଷ୍ଟୀକରଣ ରଖିଛି ପୌରପାଳିକା। ସାମ୍ବାଦିକ ସମ୍ମିଳନୀ କରି ପୌରପାଳିକା ପକ୍ଷରୁ କୁହାଯାଇଛି ଯେ, କୁସୁମା ପାର୍ଶ୍ବରେ ଥିବା ୯ଟି ବଙ୍ଗଳା କ୍ରୀଡ଼ା ବିଭାଗ ଅଧିନରେ ଆସୁଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗକୁ ଭିତିଭୂମିର ଉନ୍ନତିକରଣ ପାଇଁ ପର୍ୟ୍ୟାୟକ୍ରମେ ୨ ଏକର ୪୧ ଡିସିମିଲ୍ ଜାଗା ପ୍ରଦାନ କରାଯାଇଥିଲା। ସେହି ଜମିରେ ସୁଇମିଂ ପୁଲ ଓ ସ୍ପୋଟ୍ସ କମ୍ପ୍ଲେକ୍ସ କରାଯାଇଥିବା ବେଳେ ୯ଟି ସ୍ପୋଟ୍ସ ବଙ୍ଗଳା ନିର୍ମାଣ କରାଯାଇଛି। ପୌରପାଳିକା କେବଳ ଜମି ଯୋଗାଇ ଥିବା ବେଳେ କୌଣସି ଆର୍ଥିକ ସହାୟତା ଯୋଗାଇ ନାହାନ୍ତି ବୋଲି କହିଛନ୍ତି। ପୌର କର୍ତୃପକ୍ଷଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସ୍ପଷ୍ଟୀକରଣ ରଖାଯାଇଛି। ଏହି ବଙ୍ଗଳା ପାଇଁ କ୍ରୀଡ଼ା ବିଭାଗ ପକ୍ଷରୁ ଟଙ୍କାଟିଏ ବି ଖର୍ଚ୍ଚ କରାଯାଇନାହିଁ। ତଦନ୍ତ ପରେ ବଙ୍ଗଳା କାହାର ସ୍ପଷ୍ଟ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

You can share this post!
author