କେଉଁ ଅଙ୍ଗୁର ସ୍ୱାସ୍ଥ୍ୟ ପାଇଁ ଭଲ ?

କେଉଁ ଅଙ୍ଗୁର ସ୍ୱାସ୍ଥ୍ୟ ପାଇଁ ଭଲ ?

କଣ ଆପଣ ଅଙ୍ଗୁର ଖାଇବାକୁ ପସନ୍ଦ କରନ୍ତି କି ? କଳା ଅଙ୍ଗୁର ନା ସବୁଜ ଅଙ୍ଗୁର କେଉଁଟି ଆମ ସ୍ୱାସ୍ଥ୍ୟ ପାଇଁ ହିତକର ଆପଣ ଜାଣନ୍ତି କି ? ବିଭିନ୍ନ ପ୍ରକାର ଫଳ ଗୁଡିକ ମଧ୍ୟରୁ ଅଙ୍ଗୁର ପ୍ରାୟ ସମସ୍ତଙ୍କୁ ପସନ୍ଦ । ଏହା ପାଟିକୁ ଯେପରି ଭଲ ଲାଗେ ଶରୀରକୁ ଉଭୟ ଶାରୀରିକ ଏବଂ ମାନସିକ ଭାବେ ସୁସ୍ଥ ରଖିବାରେ ଅଙ୍ଗୁରର ଭୂମିକା ବେଶ୍ ଗୁରୁତ୍ୱପୂଣ୍ଣ । ଏଥିରେ ଏଭଳି ପୋଷକ ତତ୍ୱ ରହିଛି ଯାହା ରକ୍ତଚାପକୁ ସନ୍ତୁଳିତ ରଖିଥାଏ । ହେଲେ ଏହି ଦୁଇ ପ୍ରକାର ଅଙ୍ଗୁରରୁ କେଉଁ ଅଙ୍ଗୁର ଆମ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ଆପଣ ଜାଣନ୍ତି କି ?

କଳା ଅଙ୍ଗୁରରେ ପୋଟାସିୟମ ବ୍ୟତୀତ ମ୍ୟାଗ୍ନେସିୟମ, କ୍ୟାଲସିୟମ. ଭିଟାମିନ୍‌-ସି ଭରପୁର ପରିମାଣରେ ଥାଏ । କଳା ଅଙ୍ଗୁର ଖାଇବା ଦ୍ୱାରା ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ । ଏଥିରେ ପୋଟାସିୟମ ଭରପୁର ମାତ୍ରାରେ ଥିବାରୁ ଏହା ହୃଦୟ ସ୍ୱାସ୍ଥ୍ୟକୁ ଉତ୍ତର ରଖିଥାଏ । ହୃଦୟ ପାଇଁ ଆବଶ୍ୟକ ଥିବା ସାଇଟୋକେମିକାଲ୍ସ କଳ ଅଙ୍ଗୁରରେ ମିଳିଥାଏ ।

ସେହିପରି ସବୁଜ ରଙ୍ଗର ଅଙ୍ଗୁରରେ କାର୍ବସ , ପ୍ରୋଟିନ୍‌, ଫାଇବର, ଭିଟାମିନ୍ ସି ଏବଂ ଭିଟାମିନ୍ କେ ଭରପୁର ଥାଏ । ସବୁଜ ଅଙ୍ଗୁରରେ ଫାଇବର ମଧ୍ୟ ପ୍ରଚୁର ପରିମାଣରେ ଥାଏ , ଯେଉଁ କାରଣରୁ ଓଜନ ହ୍ରାସ କରିବା ସହଜ ହୋଇଥାଏ । କୋଷ୍ଠକାଠିନ୍ୟରେ ଅସୁବିଧା ଭୋଗୁଥିବା ଲୋକଙ୍କ ପାଇଁ ସବୁଜ ଅଙ୍ଗୁର ମଧ୍ୟ ଲାଭଦାୟକ ହୋଇଥାଏ । ହୃଦରୋଗ ସହ ଜଡିତ ସମସ୍ୟାକୁ ନାଶ କଲା ଭଳି ଗୁଣ ଏହି ଅଙ୍ଗୁରରେ ଥିବା ଡାଇଟେସିଆନ ମାନେ ମତପ୍ରକାଶ କରିଥାନ୍ତି ।

author

Related Articles

Leave a Reply

Your email address will not be published. Required fields are marked *