କେଜ୍ରିୱାଲ ହାରିବା ପରେ ମାଡ଼ିଆସିବ ବଡ଼ ସଂଙ୍କଟ !

କେଜ୍ରିୱାଲ ହାରିବା ପରେ ମାଡ଼ିଆସିବ ବଡ଼ ସଂଙ୍କଟ !

ପ୍ରଥମେ ଓଡ଼ିଶା ପରେ ହରିୟାଣା ଏବେ ଦିଲ୍ଲୀରେ ଫୁଟିଲା ପଦ୍ମ . ଦିଲ୍ଲୀରେ କେଜ୍ରିୱାଲଙ୍କ ସରକାରଙ୍କ ପତନ ପରେ ଜଣାପଡ଼ିଲା ବଡ଼ ସତ କଥା .ନବୀନଙ୍କ ପରି ହେଲା କେଜ୍ରିଲାଙ୍କ ଅବସ୍ଥା .ଯେମିତି ଓଡ଼ିଶାରେ ନବୀନଙ୍କ ୨୪ ବର୍ଷର ସରକାରର ପତନ କରି ଶାସନକୁ ଆସିଥିଲା ବିଜେପି ଠିକ ସେହିପରି ଦିଲ୍ଲୀରେ ୨୭ବର୍ଷ ପରେ ଶାସନକୁ ଆସିଛି . ଏହାପରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ବିଜେପି ଟାର୍ଗେରେ ଦିଲ୍ଲୀ ଆଉ ଓଡ଼ିଶା ଥିଲା ଯେଉଁଠି ସେମାନେ ବିଜୟ ଲାଭ କରିଛନ୍ତି .

ତେବେ ଦିଲ୍ଲୀ ରାଜନୀତିରେ ଏଂଟ୍ରି କଲା ପରଠାରୁ ଆପ ଦିଲ୍ଲୀରେ କେବେ ହାରିନି .ଏବେ ଆପ ଆଗରେ ଅନେକ ସମସ୍ୟା ଛିଡ଼ାହୋଇପାରେ . ଏପରିକି ଦଳ ଭାଙ୍ଗିବା ନେଇ ବି ଆଶଙ୍କା ରହିପାରେ . ହାରିବା ପରେ ଦଳର ଅନେକ ନେତା ଅନ୍ୟ ଦଳକୁ ଯାଇପାରନ୍ତି .ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ହୁଅନ୍ତୁ କି ମନିଷ ସିସୋଦିଆ ଦୁର୍ନୀତି ଅଭିଯୋଗରେ ଜେଲ ଯାଇଥିଲେ .

ସେହିପରି ଦିଲ୍ଲୀରେ ଆପ ନିର୍ବିାଚନ ହାରିବା ପରେ ଏହାର ପ୍ରଭାବ ପଞ୍ଜାବରେ ବି ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି .ସେଠାରେ ବି ସରକାର ଭାଙ୍ଗିବାକୁ ଉଦ୍ୟମ କରିପାରେ ବିଜେପି . ପଞ୍ଜାବରେ ସରକାର ଗଠନ କରିବା ସ୍ଥିତିରେ ନାହିଁ ବିଜେପି . ତେବେ ଦିଲ୍ଲୀ ହାରିଲେ ପରେ ଆପର ମନୋବଳ ଭାଙ୍ଗିବା ସହ ଏହାର ପ୍ରଭାବ ପଞ୍ଜାବ ଉପରେ ବି ପଡ଼ିପାରେ . ଜାତୀୟସ୍ତରରେ ଆପର ବିସ୍ତାର କରିବା ନେଇ ଅରବିନ୍ଦ କେଜ୍ରିୱାଲଙ୍କ ଯୋଜନାକୁ ବଡ଼ ଝଟକା ଲାଗିବ .କେବଳ ସେତିକି ନୁହେଁ ଆପ ହାରିଲେ ଅରବିନ୍ଦ କେଜ୍ରିୱାଲ ,ମନୀଷ ସିସୋଦିଆ ,ସତ୍ୟେନ୍ଦ୍ର ଜୈନ ଓ ସଞ୍ଜୟ ସିଂଙ୍କ ଭଳି ନେତାଙ୍କ ସଂକଟ ବଢ଼ିପାରେ . ଦିଲ୍ଲୀ ସରକାରଙ୍କ ଖର୍ଚ୍ଚରେ ଦେଶର ଟପ ଓକିଲ ଏମାନଙ୍କ କେସ ଲଢ଼ୁଥିବା ବେଳେ କ୍ଷମତାରୁ ଗଲେ ଏଥିରୁ ବଂଚିତ ହେବେ . ଆପ ସରକାରର ଅନ୍ୟ ଦୁର୍ନିତି ମାମାଲା ବି ସାମ୍ନାକୁ ଆସିପାରେ .

author

Related Articles

Leave a Reply

Your email address will not be published. Required fields are marked *