ସୋରଡ଼ା ବ୍ଲକ ଅନ୍ତର୍ଗତ, ବଡ଼ଗଡ଼ ଥାନା ଅଧୀନରେ ଥିବା ବୋରଦା ପଞ୍ଚାୟତର ହରଭଙ୍ଗି କେନାଲରେ ଗାଧୋଉ ଥିବା ମହିଳା ଭାସିଗଲେ, ମହିଳାଙ୍କର ନାମ -ଚନ୍ଦ୍ରମା ମଳିକ, ସ୍ୱାମି -ଧୋବା ମଳିକ ଗାଧେଇବାକୁ ଯାଇ ଘରକୁ ନ ଫେରିବା ହେତୁ ତାଙ୍କ ସ୍ୱାମି ତାଙ୍କୁ ଖୋଜିବାକୁ କେନାଲ ନିକଟକୁ ଗଲେ,ବୋହୁତ ଖୋଜାଖୋଜି କଲାପରେ ମଧ୍ୟ୍ୟ ତାଙ୍କ ସ୍ତ୍ରୀଙ୍କର କିଛି ସନ୍ଧାନ ପାଇଲେ ନାହିଁ ତାପରେ ବୋରଦା ପଞ୍ଚାୟତ ଯୁବକ ସଙ୍ଘ ନିକଟକୁ ଯାଇ ସାହାଯ୍ୟ ମାଗିଲେ ତାପରେ ସେହି ମୁହୂର୍ତ୍ତରୁ ଯୁବକ ସଙ୍ଘର ସଭାପତି -ଗୋପାଳ କୃଷ୍ଣ ପଟ୍ଟନାୟକଙ୍କ ନେତୃତ୍ୱରେ ଯୁବକ ସଙ୍ଘର ଯୁବକ ମାନେ ଡ୍ୟାମକୁ ଯାଇ ଗେଟ ବନ୍ଦ କରି, ପାଣି ଭିତରେ ବୋହୁତ ଖୋଜାଖୋଜି କଲେ ଆମ୍ବିଳି ଆମ୍ବ ଗ୍ରାମ ଦେଇ ଯାଇଥିବା କେନାଲ ଭିତରେ ପଶି ଖୋଜାଖୋଜି କରିବା ପରେ ବୋରଦା ଠାରୁ 5 କିଲୋମିଟର ଦୁରରେ ପାଣି ଭିତରୁ ମହିଳାଙ୍କୁ ଉଦ୍ଧାର କରି ରାସ୍ତା ଉପରକୁ ଆଣିଲେ, ଏବଂ ଯୁବକ ସଙ୍ଘ ତରଫରୁ ବଡ଼ଗଡ଼ ଥାନା ଅଧିକାରୀଙ୍କୁ ଏ ଘଟଣା ବିଷୟରେ ଅବଗତ କରାଇଲେ ଏବଂ ବଡ଼ଗଡ଼ ପୋଲିସ ଏ ଘଟଣାକୁ ଗୁରୁତର ସହ ନେଇ ସେ ସ୍ଥାନରେ ଆସି ପହଁଚିଲେ, ଏବଂ ଯୁବକ ସଙ୍ଘ ସହାୟତାରେ ସେ ମହିଳାଙ୍କ ମୃତ ଦେହକୁ 3 କିଲୋମିଟର ଦୁର କାନ୍ଧରେ ଭୂଇଁ ଭୂଇଁ ରାସ୍ତା ଉପରକୁ ଅଣାଇ ସବ ବୌବଛେଦ ନିମନ୍ତେ ବ୍ରହ୍ମପୁର ପଠାଇଲେ, ଯୁବକ ସଙ୍ଘର ଏଭଳି କାର୍ଯ୍ୟ ନିମନ୍ତେ ବଡ଼ଗଡ଼ ଥାନା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଆଖପାଖ ଅଞ୍ଚଳର ଲୋକେ ଯୁବକ ସଙ୍ଘକୁ ବୋହୁତ ବୋହୁତ ପ୍ରଶଂସା କରିଛନ୍ତି, ଆଗକୁ ଏହିଭଳି କାର୍ଯ୍ୟ କରିବା ପାଇଁ ପୋଲିସ ପ୍ରଶାସନ ବା ଥାନା ଅଧିକାରୀ ମ୍ୟାଡ଼ାମ ଯୁବକ ସଙ୍ଘକୁ ସଂଘକୁ ଉତ୍ସାହିତ କରିଛନ୍ତି

You can share this post!
author