କେନ୍ଦୁଝର ଜିଲ୍ଲାରେ ଆଗାମୀ ଦିନରେ ୩୦ଟି ଶିଳ୍ପ ହେବ . କେନ୍ଦୁଝର ଶିଳ୍ପର ହବ ପାଲଟିବାକୁ ଯାଉଛି . ଆଉ ସେଥିରେ ମେଗା ଷ୍ଟିଲ ପ୍ଲାଂଟ ମଧ୍ୟ ସାମିଲ ହେବ . କେନ୍ଦୁଝର ଆଗକୁ ତ୍ୱରିତ ଗତିରେ ବିକାଶ କରିବା ସହ ଓଡ଼ିଶାର ପାଇଁ ଆହୁରି ଅବଦାନ ରଖିବ . ସେ ସମୟ ଆସି ଯାଇଛି ଆମ ସମସ୍ତଙ୍କ ପ୍ରାୟସରେ କେନ୍ଦୁଝର ଜିଲ୍ଲା ରାଜ୍ୟର ଏକ ଶ୍ରେଷ୍ଠ ଜିଲ୍ଲା ଭାବରେ ବିକାଶକୁ ନେତୃତ୍ୱ ଦେବ .
ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ସ୍ଥିତ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଅନ୍ତଃ ଚିକିତ୍ସା ସେବା ଓ ଟ୍ରମା କେୟାର ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି . କେନ୍ଦୁଝର ଭଳି ଜିଲ୍ଲାରେ ଖଣି କାରବାର ଯୋଗୁଁ ଅଧିକ ଯାନବାହନ ଚଳାଚଳ ହେଉଛି . ଏହା ସହିତ ଆଗାମୀ ଦିନରେ ଅଧିକ ଶିଳ୍ପ ପ୍ରତିଷ୍ଠା ଓ ଭିତିଭୁତିର ବିକାଶ ମଧ କରାଯିବ . ତେଣୁ ଯାନବାହାନ ଚଳାଚଳ ଆହୁରି ବୃଦ୍ଧି ପାଇବ . ଏହି କ୍ଷେତ୍ରରେ ଉତମ ଟ୍ରମା କେୟାର ବ୍ୟବସ୍ଥା ଲୋକଙ୍କୁ ମୃତ୍ୟୁ ମୁଖରୁ ବଂଚାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ .
ତେବେ ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣିବା ପରେ ଲୋକେ ଅସନ୍ତୋଷ ବ୍ୟକ୍ତି କରିଛନ୍ତି . ଲୋକେ ଭାବୁଛନ୍ତି ମୁଖ୍ୟମନ୍ତ୍ରୀ ବୋଧେ କେବଳ ନିଜ ଜିଲ୍ଲା କଥା ଚିନ୍ତା କରୁଛନ୍ତି , ସେଥିପାଇଁ କେନ୍ଦୁଜଣ ଜିଲ୍ଲାରେ ଆଗାମୀ ଦିନେ ୩୦ଟି ଶିଳ୍ପ ହେବ ବୋଲି କହୁଛନ୍ତି . ଆଉ କେନ୍ଦୁଝର ଆଗକୁ ଆହୁରି ବିକାଶ ହେବା ସହ ଓଡ଼ିଶାର ବିକାଶରେ ଅବଦାନ ରଖବ . ତେବେ ନବୀନଙ୍କ ସମୟରେ ଏମିତି ହେଉନଥିଲା ନବୀନ ସବୁ ଜିଲ୍ଲାରେ ବିକାଶ କରିବାକୁ ଚାହୁଁଥିଲେ . ଏମିତିକି ମୋହନଙ୍କ ମୁଖ୍ୟମନ୍ତ୍ରୀ ହେବା ପରେ କେନ୍ଦୁଝର ଜିଲ୍ଲାକୁ ବାରବାମ୍ବ ଗ୍ରସ୍ତ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି କରୁଛି .