କେନ୍ଦୁଝରରେ ମାତିଛନ୍ତି ବଣୁଆ ହାତୀ। ଗତକାଲି ରାତିରେ ୧୮ ଟିକିଆ ହାତୀପଲ କେନ୍ଦୁଝର ସଦର ରେଞ୍ଜ କେରି ଗାଁକୁ ପଶି ଆତଙ୍କ ଖେଳାଇଛନ୍ତି । ଧାନ ବିଲରେ ପଶି ଧାନ ଖାଉଛନ୍ତି ଏବଂ ଫସଲ ସବୁକୁ ନଷ୍ଟ କରିଦେଉଛନ୍ତି । ବାଘୁଆସାହି, କେରି ଓ ପାଟଧନୁର୍ଜୟପୁରୁ ଗାଁ ଚାଷୀଙ୍କର ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଯାହାକୁ ନେଇ ଚିନ୍ତାରେ ଚାଷୀକୂଳ । ଗ୍ରାମବାସୀମାନେ ହାତି ଘଉଡାଇବା ପାଇଁ ବିଭିନ୍ନ ପନ୍ଥା ଆପଣେଇଛନ୍ତି । ଏକାଠି ନିଆଁ ହୁଳା ଧରି ହାତୀ ଘଉଡ଼ାଇବାକୁ ଉଦ୍ୟମ କରିଛନ୍ତି ହେଲେ ସେମାନେ ଏଥିରେ ବିଫଳ ହୋଇଛନ୍ତି । ତେଣୁ ଗ୍ରାମବାସୀ ମାନେ ହାତୀ ଘଉଡାଇବା ପାଇଁ ବନ ବିଭାଗକୁ କହିଛନ୍ତି ।

You can share this post!
author