ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଯାଇଛି । ଶେଷ ପର୍ଯ୍ୟାୟ ନିର୍ବାଚନରେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ଭୋଟ ପଡିବ । କେନ୍ଦ୍ରାପଡାରେ ଜୋର ଜମୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର । ଜନସଭାକୁ ସମ୍ୱୋଧିତ କରି ବିଭିନ୍ନ ଯୋଜନା ଭଲ କି ନାହିଁ ବୋଲି ସାଧାରଣ ଜନତାଙ୍କୁ ପ୍ରଶ୍ନ କରିଥିଲେ । ଏହାସହ ଜୁଲାଇରୁ ବିଜୁଳି ବିଲ ଆସିବନି ବୋଲି କହିଛନ୍ତି ନବୀନ । ବିଜେଡି ସରକାର ବିଜୁଳି ମାଗଣା ଦେବେ । ଏହାସହ ବିରୋଧୀ ଦଳକୁ ଟାର୍ଗେଟ କରି ନବୀନ କହିଛନ୍ତି, ବିରୋଧୀ ଦଳ ମିଛ ଅପପ୍ରଚାର କରୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କେନ୍ଦ୍ରାପଡାରୁ ଜଣଙ୍କୁ ୧୦ ବର୍ଷ ସାଂସଦ କରି ପଠାଇଥିଲୁ । ସେ କେନ୍ଦ୍ରାପଡା ପାଇଁ କାମ କରିବା ପରିବର୍ତ୍ତେ ନିଜ କମ୍ପାନି ପାଇଁ କାମ କଲେ ।

You can share this post!
author