କେବେ ପିସିସି ଚେହେରା ଉପରୁ ହଟିବ ପରଦା ?

କେବେ ପିସିସି ଚେହେରା ଉପରୁ ହଟିବ ପରଦା ?

ଆଉ କେବେ ପିସିସି ଚେହେରା ଉପରୁ ହଟିବ ପରଦା ? ମୁଖିଆ ହୀନ ରାଜ୍ୟ କଂଗ୍ରେସକୁ କେବେ ମିଳିବେ ନୂଆ ମୁଖିଆ ? ୭ ମାସ ହେବ ବିନା ମଙ୍ଗୁଆଳରେ ଚାଲିଛି ରାଜ୍ୟ କଂଗ୍ରେସ ଭବନ । ପିସିସି ପଦରୁ ଶରତ ପଟ୍ଟନାୟକ ଇସ୍ତଫା ଦେବା ପରେ ନୂଆ ପିସିସି ଚେହେରା ପାଇଁ କଂଗ୍ରେସ ପ୍ରକ୍ରିୟା ଆରମ୍ଭ କରିଛି । କିନ୍ତୁ ଏହି ପ୍ରକ୍ରିୟାର ଶେଷ କେବେ ତାହା ସ୍ପଷ୍ଟ ହୋଇପାରୁନି । ଯାହାକୁ ନେଇ କେବେ ପିସିସି ସସପେନ୍ସ ଦୂର ହେବ ସେନେଇ ଚର୍ଚ୍ଚା ଚାଲିଛି ।

ତେବେ ପିସିସି ପଦ ପାଇଁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଠାରୁ ଆରମ୍ଭ କରି ତାରା ବାହିନୀ ପତି, ଭକ୍ତ ଚରଣ ଦାସ, ସପ୍ତଗିରି ଉଲାକା ଆଦି ରେସରେ ଥିବା କୁହାଯାଉଥିଲା । ଏପିରିକି ଦିଲ୍ଲୀ ନେତୃତ୍ୱଙ୍କୁ ଭେଟି ଏମାନେ ଲବି କରିଥିବା ସୂଚନା ରହିଥିଲା । କିନ୍ତୁ ଏଆଇସିସି ଏଯାଏଁ କୌଣସି ନିଷ୍ପତ୍ତି ନେଇପାରିନାହାନ୍ତି ।

ଅନ୍ୟପଟେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଫେବୁଆରୀରେ କଂଗ୍ରେସର ସାଙ୍ଗଠନିକ ପରିବର୍ତ୍ତନ ହୋଇପାରେ। ଏହି ସମୟରେ ଅଜୟ କୁମାରଙ୍କୁ ଓଡ଼ିଶା ଦାୟିତ୍ବରୁ ମୁକ୍ତ କରିପାରେ ଦଳ। ଏଥିସହ ନୂଆ ସଭାପତିଙ୍କ ନାଁରେ ବାଜିପାରେ ମୋହର।

author

Related Articles

Leave a Reply

Your email address will not be published. Required fields are marked *