କେବେ ପୂରଣ ହେବ ରାଜ୍ୟସଭା ପଦବୀ ?

କେବେ ପୂରଣ ହେବ ରାଜ୍ୟସଭା ପଦବୀ ?

କେବେ ପୂରଣ ହେବ ଖାଲି ପଡିଥିବା ରାଜ୍ୟସଭା ପଦବୀ ? ବିଜେଡିରୁ ଓ ରାଜ୍ୟସଭା ସାଂସଦ ପଦବୀରୁ ସୁଜିତ କୁମାର ଇସ୍ତଫା ଦେଇ ବିଜେପିରେ ମିଶିବା ପରେ ଏନେଇ ଚର୍ଚ୍ଚା ବଢିଛି । ପୂର୍ବରୁ ବିଜେଡି ନେତ୍ରୀ ମମତା ମହନ୍ତ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି ଏବଂ ବିଜେପି ଟିକେଟରେ ରାଜ୍ୟସଭା ଯାଇଛନ୍ତି । ସୁଜିତଙ୍କ କ୍ଷେତ୍ରରେ ମଧ୍ୟ ସେପରି ହେବ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ବିଜେପିରୁ ପୁଣି କିଏ ରାଜ୍ୟସଭା ଯିବ ସେ ନେଇ ଏବେ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ । ନିକଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବୟାନ ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । କାହିଁକିନା ସେ କହିଛନ୍ତି ମମତା ମହନ୍ତ ରାଜ୍ୟସଭା ପଦ ଓ ବିଜେଡି ଛାଡି ବିଜେପି ଆସିଲେ, ପୁଣି ବିଜେପି ଟିକେଟରେ ରାଜ୍ୟସଭା ଗଲେ । ସେହିଭଳି ସୁଜିତ କୁମାର ଆସିଲେ, ସେ ବି ରାଜ୍ୟସଭା ଯିବେ । ଏଭଳି  ବୟାନ ପରେ  ଚର୍ଚ୍ଚା ବଢିଛି ଯେ  ସୁଜିତ କୁମାରଙ୍କୁ ପୁଣି ବିଜେପି ରାଜ୍ୟସଭା ପଠାଇପାରେ ।ସେପ୍ଟେମ୍ୱର ୬ ତାରିଖରେ ବିଜେଡିର ରାଜ୍ୟସଭା ସଦସ୍ୟ ପଦରୁ ସୁଜିତ କୁମାର ଇସ୍ତଫା ଦେବା ପରେ ଖାଲି ପଡିଛି ଗୋଟିଏ ରାଜ୍ୟସଭା ପଦ । ଏହି କାଲି ପଡିଥିବା ଆସନ ପାଇଁ ଖୁବଶ୍ରୀଘ୍ର ବିଜ୍ଞପ୍ତି ଜାରି କରାଯିବ ଏବଂ ସୁଜିତ କୁମାରଙ୍କ ବ୍ୟତୀତ ଭାରତୀୟ ଜନତା ପାର୍ଟି କାହାକୁ ରାଜ୍ୟସଭା ପଠାଇବ ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *