କେବେ ମିଳିବ ଗହମ ?

କେବେ ମିଳିବ ଗହମ ?

ନୂଆ ସରକାରରେ ନୂଆ ରଙ୍ଗରେ ରାସ କାର୍ଡ ଆସିବ । ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରତିମାସରେ ରାସନ ମିଳିବ । ରାସନ କାର୍ଡକୁ ନେଇ ଶାସକ ଓ ବିରୋଧିଙ୍କ ମଧ୍ୟରେ କାଦୁଅ ପିଙ୍ଗାଫିଙ୍ଗି ଚାଲିଛି ହେଲେ ରାସନ କାର୍ଡ ହିତାଧିକାରୀ ହନ୍ତସନ୍ତ । ବାରମ୍ୱାର ରାସନ କାର୍ଡକୁ ନେଇ ମନ୍ତ୍ରୀଙ୍କ ବିବାଦୀୟ ବୟାନ ସାଧାରଣ ଜନତାଙ୍କୁ ଅଡୁଆରେ ପକାଉଛି । କେତେବଳେ ଇକେୱାଇସି ତାରିଖ ଘୁଞ୍ଚିବାରେ ଲାଗିଛି ତ ଆଉ କେତେବେଳେ ଯୋଗ୍ୟ ହିତାଧିକାରୀ ଏହି ତାଲିକାରୁ ବାଦ୍ ପଡୁଛନ୍ତି ।

ଆଉ କେତେବେଳେ ରାସନ କାର୍ଡର ରଙ୍ଗ ବଦଳିବା ନେଇ ସରକାର ବିଜ୍ଞପ୍ତି ଜାରି କରୁଛନ୍ତି । ଇକେୱାଇସି ସମାପ୍ତ ହେଲା ଏବଂ ଖୁବଶୀଘ୍ର ରାସନ କାର୍ଡ ବଣ୍ଟାଯିବ ବୋଲି ମନ୍ତ୍ରୀ ଘୋଷଣା କଲେ ଏପ୍ରିଲ 20 ସୁଦ୍ଧା ନୂଆ ରାସନ କାର୍ଡ ପ୍ରସ୍ତୁତି ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଗଲା ହେଲେ ଏପ୍ରିଲ ଯାଇ ମେ ମାସ ହୋଇଗଲା ଏବେ ଯାଏଁ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିପାରିଲା ନାହିଁ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ମିଳିବା ନେଇ ମନ୍ତ୍ରୀ ଆଶ୍ୱସ୍ତି ଦେଇଥିଲେ ମଧ୍ୟ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ଏବେ ବି ଅନେକ ଯୋଗ୍ୟ ହିତାଧିକାରୀ ରାସନ କାର୍ଡ ପାଇନାହାନ୍ତି ଯେଉଁଥିପାଇଁ ମାଗଣା ଚାଉଳ ପାଇବାରୁ ବଞ୍ଚିତ ହେଉଛନ୍ତି ଅନେକ ହିତାଧିକାରୀ ।
ବାରମ୍ୱାର କାର୍ଡର ରଙ୍ଗବଦଳାଇବାକୁ ନେଇ ସରକାରଙ୍କୁ ବିରୋଧି ଘେରିଛନ୍ତି । ଆଉ ଏ ସରକାରଙ୍କ ଅପାରଗତା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । କେବଳ ନୂଆ ରାସନ କାର୍ଡ ନୁହେଁ ବରଂ ବିଜେପି ସରକାରକୁ ଆସିବା ପରେ ଚାଉଳ ସଙ୍ଗେ ଗହମ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ନୂଆ ସରକାରଙ୍କ ପ୍ରତିଶ୍ରୁତି ଆଜି ପ୍ରତିଶ୍ରୁତିରେ ରହି ଯାଇଛି । ମାଗଣା ଚାଉଳ ସଙ୍ଗେ ମୋହନ କେବେ ଗହମ ଦେବେ ଲୋକେ ଚାହିଁ ରହିଛନ୍ତି । ଏପଟେ ସରକାରକୁ ବର୍ଷେ ପୂରିବାକୁ ଯାଉଛି ହେଲେ କଥା ଦେଇ କଥା ଭୁଲିଯାଇଛନ୍ତି ମୋହନ । ମାତ୍ର ମାସ କେଇଟା ପରେ ବିଜେପି ସରକାରକୁ ବର୍ଷେ ପୂର୍ଣ୍ଣ ହେବାକୁ ଯାଉଛି । ସମସ୍ତ ବିଭାଗୀୟ ମନ୍ତ୍ରୀମାନେ ନିଜ ନିଜର ବର୍ଷକର ରିପୋର୍ଟ ତେୟାର କଲେଣି ହେଲେ ଏପଟେ ସାଧାରଣ ଜନତାଙ୍କ ଦୁଃଖ କେବେ ବୁଝିବେ କେବେ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ଦେବା ସଙ୍ଗେ ଗହମ ବାଣ୍ଟିବେ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *