କେଶ ଉଭୟ ମହିଳା ଏବଂ ପୁରୁଷଙ୍କର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ । ସୁନ୍ଦର କେଶ ଥିଲେ ଅନେକ କନଫିଡେଣ୍ଟ ବି ଫିଲ୍ କରିଥାନ୍ତି । କିନ୍ତୁ ଏବେ କେଶ ଜନିତ ସମସ୍ୟାରେ ପ୍ରାୟ ସମସ୍ତେ ଜୁଝି ହେଉଛନ୍ତି । କେଶ ଝଡିବା, କେଶ ମୂଳରୁ ଉପୁଡିବା, ରୁପି ସମସ୍ୟା ଆଦି ସମସ୍ୟାରେ ଅଧିକାଂଶ ସନ୍ତୁଳି ହେଉଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏ ସବୁ ସମସ୍ୟାର ସମାଧାନ କରିବାରେ ଘରୋଇ ଜିନିଷ ଅନେକ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା କିପରି ଘରୋଇ ଜିନିଷ ବ୍ୟବହାର କରି ଆପଣ ନିଜ କେଶର ଯତ୍ନ ନେବେ ଏବଂ ସୁନ୍ଦର କେଶ ପାଇପାରିବେ ।
• ତେବେ ସୁନ୍ଦର କେଶ ପାଇବା ପାଇଁ ଅନେକ ସାମ୍ପୁ କରିବା ପୂବରୁ ନିଜ ମୁଣ୍ଡରେ ବିଭିନ୍ନ ପ୍ରକାର ତେଲ ଲଗାଇଥାନ୍ତିା ହେଲେ ଯଦି ଆପଣ ନଡ଼ିଆ ତେଲକୁ ଉଷୁମ କରି ସେଥିରେ ଲେମ୍ବୁ ମିଶାଇ ଚୁଟିରେ ଲଗାନ୍ତି ତେବେ ଏହା ବିଶେଷ ପ୍ରଭାବ ପକାଇପାରେ । ସପ୍ତାହରେ ୪ ଥର ଏପରି କରନ୍ତୁ। ପରେ ଚୁଟିକୁ ସାମ୍ପୁରେ ଧୋଇ ଦିଅନ୍ତୁ। ଦେଖିବେ କିଛି ଦିନ ଭିତରେ ଚୁଟି ଝଡ଼ିବା କମ୍ ହୋଇଯିବ। ଏହାସହ ମେଥି ଦାନାକୁ ନଡ଼ିଆ ତେଲ ସହ ମିଶାଇ ସପ୍ତାହକୁ ୩ରୁ ୪ ଥର ଚୁଟିରେ ମାଲିସ କରନ୍ତୁ। ଦେଖିବେ କିଛି ଦିନ ଭିତରେ ଚୁଟି ଝଡ଼ିବା କମ୍ ହୋଇଯିବ।
• ଆମେ ସାଧାରଣ ମେହେନ୍ଦିକୁ ଚୁଟିର ରଙ୍ଗ ପଇଁ ବ୍ୟବହାର କରିଥାନ୍ତି। ହେଲେ ଜାଣିଛନ୍ତି, ମେହେନ୍ଦି ଲଗାଇଲେ ମଧ୍ୟ ଚୁଟି ଝଡ଼ିବା କମ୍ ହୋଇଥାଏ। ମେହେନ୍ଦିରେ ସୋରିଷ ତେଲ ମିଶାଇ ଚୁଟିରେ ଲଗାନ୍ତୁ। ଏହି ମିଶ୍ରଣ ଚୁଟିରେ ଲଗାଇ ଶୁଖିଲା ପର୍ୟ୍ୟନ୍ତ ରଖନ୍ତୁ। ପରେ ଚୁଟିକୁ ସାମ୍ପୁରେ ଧୋଇ ଦିଅନ୍ତୁ।
• ଦହିରେ ବେସନ ଓ ଲେମ୍ବୁ ରସକୁ ମିଶାଇ ଚୁଟିରେ ଲଗାନ୍ତୁ। ଏହି ମିଶ୍ରଣକୁ ଚୁଟିରେ ଲଗାଇ ୩ରୁ ୪ ଘଣ୍ଟା ଶୁଖିବା ପର୍ୟ୍ୟନ୍ତ ଛାଡ଼ି ଦିଅନ୍ତୁ। ପରେ ଚୁଟିରେ ସାମ୍ପୁ ଲଗାଇ ଧୋଇ ଦିଅନ୍ତୁ। ଏପରି କଲେ ଦେଖିବେ କିଛି ଦିନ ଭିତରେ ଚୁଟି ଝଡ଼ିବା କମ୍ ହୋଇଯିବ।
• ମନ୍ଦାର ଫୁଲ କିମ୍ବା ପତ୍ରକୁ ନଡ଼ିଆ କିମ୍ବା ସୋରିଷ ତେଲ ସହ ଫୁଟାଇ ଦିଅନ୍ତୁ। ଏହା ପରେ ଏହି ତେଲକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ତେଲ ଥଣ୍ଡା ହୋଇଗଲା ପରେ ଏହାକୁ ଚୁଟିର ମୂଳରେ ମାଲିସ କରନ୍ତୁ। ଏମିତି କିଛି ଦିନ କଲେ କେଶ ଝଡ଼ିବା ବନ୍ଦ ହୋଇଯିବ। ଏହାସହ କେଶ ଲମ୍ବା ଓ ଘନ ହେବ।
• ମନ୍ଦାର ପତ୍ର ପ୍ରାକୃତିକ କଣ୍ଡିସନର୍ ପରି କାମ କରିଥାଏ। ଏଥିପାଇଁ ମେହେନ୍ଦି ଓ ଲେମ୍ବୁ ସହ ମନ୍ଦାର ପତ୍ରକୁ ମିଶାଇ ଲଗାନ୍ତୁ। ଏହା ଦ୍ୱାରା ମୁଣ୍ଡରେ ଆଉ ରୁପି ସମସ୍ୟା ଦେଖାଯିବ ନାହିଁ।