କେ. ବରିଡା ରେ ବିଶ୍ୱ ଶାନ୍ତି ମହା ଯଜ୍ଞ ଅନୁଷ୍ଠିତ

କେ. ବରିଡା ରେ ବିଶ୍ୱ ଶାନ୍ତି ମହା ଯଜ୍ଞ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କେ. ବରିଡା ସ୍ଥିତ ଶ୍ରୀ ଶ୍ରୀ ଅମରେଶ୍ୱରଙ୍କ ପିଠରେ ହରି ହରାତ୍ମକ ବିଶ୍ୱ ଶାନ୍ତି ମହାଯଜ୍ଞ ଓ ଦ୍ୱାଦଶ ଶମ୍ଭୁ ମହାମିଳନ କାର୍ଯ୍ୟକ୍ରମ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ବାଣିଆ ସ୍ଥିତ ଶ୍ରୀ ଶ୍ରୀ ଵାଣେଶ୍ୱର, ବାଲୁକେଶ୍ୱର ସ୍ଥିତ ଶ୍ରୀ ଶ୍ରୀ ବାଲୁକେଶ୍ୱର, ଚିଙ୍ଗୁଡ଼ିଖୋଲ ସ୍ଥିତ ବଟେଶ୍ୱର, ବେଗୁନିଆପଡା ସ୍ଥିତ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର, ବୀରଜଗନ୍ନାଥପୁର ଶାସନ ସ୍ଥିତ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର, ଷଣ୍ଢମୂଳ ସ୍ଥିତ ଶ୍ରୀ ଶ୍ରୀ ତୁମ୍ଭେଶ୍ୱର, ସାଙ୍କୁଡ଼ା ସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର, ମହେଶ୍ୱରପୁର ସ୍ଥିତ ଶ୍ରୀ ଶ୍ରୀ କୃଷ୍ନେଶ୍ୱର, କଞ୍ଚଣା ସ୍ଥିତ ଶ୍ରୀ ଶ୍ରୀ କପିଳେଶ୍ଵର, କେ. ମର୍ଦରାଜପୁର ସ୍ଥିତ ଶ୍ରୀ ଶ୍ରୀ କରୁଣେଶ୍ୱର ଆଦି ଏକାଦଶ ଶମ୍ଭୁ ଶନିବାର ସକାଳେ ବିରାଟ ପଟୁଆରରେ ଆସି କେ. ବରିଡା ଗ୍ରାମ ପରିକ୍ରମା କରି ଶ୍ରୀ ଶ୍ରୀ ଅମରେଶ୍ୱରଙ୍କ ପିଠରେ ଉପଵେଶନ କରିଥିଲେ । ଯଥାରିତି ନିତି ଅନୁଯାୟୀ ଶମ୍ଭୁ ମାନଙ୍କୁ ପୂଜା ଅର୍ଚନା କରି ଗ୍ରାମବାସୀ ମନ୍ଦିର ପରିସରକୁ ପାଛୋଟି ନେଇଥିଲେ । ସନ୍ଧ୍ୟାରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ପରେ ଅମରେଶ୍ୱରଙ୍କ ମେଳଣ ପଡିଆକୁ ସମସ୍ତ ଦ୍ୱାଦଶ ଶମ୍ଭୁଙ୍କ ବିଜେ ହୋଇଥିଲା ।ଏଥି ସହ କେ. ବରିଡାସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ଓ ମା ସର୍ବମଙ୍ଗଳ ଙ୍କ ଅପୂର୍ଵ ମିଳନ କାର୍ଯ୍ୟକ୍ରମ ରାତ୍ର ୮ ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଥିଲା । ମିଳନ ପଡିଆରେ ଘଣ୍ଟ,ମୃଦଙ୍ଗ, ଢୋଲ, ବାଦ୍ୟ, ଆତସବାଜି ଭକ୍ତ ମାନଙ୍କ ହରିବୋଲ ହୁଳହୁଳିରେ ପ୍ରାକମ୍ପିତ ହୋଇ ପରିକ୍ରମା କରିଥିଲେ । ଏଥିରେ ଯାଜ୍ଞକ ପଣ୍ଡିତ, ପ୍ରଚାରକ ଓ ଅନ୍ୟାନ୍ୟ ପୁରୋହିତଙ୍କ ତତ୍ୱାବଧାନ ରେ ସମ୍ପୂର୍ଣ ବୈଦିକ ରୀତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗ୍ରାମବାସୀ, ଯୁବକ ସଂଘ, ବେଗୁନିଆପଡା ବ୍ଲକ ଓ ଖଲ୍ଲିକୋଟ ବ୍ଲକ ଅଂଚଳର ଭକ୍ତ ମାନେ ସହଯୋଗ କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *