କୋଇଲା ବୋହିଲେ ରାହୁଲ ଗାନ୍ଧୀ

କୋଇଲା ବୋହିଲେ ରାହୁଲ ଗାନ୍ଧୀ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ଦୁଇ ଶହ କିଲୋ କୋଇଲା ଲଦା ହୋଇଥିବା ସାଇକେଲ ଶ୍ରମିକଙ୍କଠାରୁ ନେଇ ନିଜେ ବୋହିଛନ୍ତି ରାହୁଲ ଗାନ୍ଧୀ । ଏବଂ ଏହି ଫୋଟକୁ ନିଜ ସୋସିଆଲ ମିଡିଆ ପେଜରେ ସେୟାର କରିଛନ୍ତି । ରାମଗଡରେ ନ୍ୟାୟ ଯାତ୍ରା କରୁଥିବା ସମୟରେ ରାହୁଲ ଗାନ୍ଧୀ ସେହି ଶ୍ରମିକ ମାନଙ୍କୁ ସାଇକେଲରେ କୋଇଲା ବୋହୁଥିବାର ଦେଖିଥିଲେ । ସେମାନଙ୍କ କଷ୍ଟକୁ ବୁଝି ନିଜେ ରାହୁଲ ତାଙ୍କ ସହ କୋଇଲା ବୋହିଥିଲେ । ଏହି ସମୟରେ କୋଇଲା ଖଣିରେ ପହଞ୍ଚି ଶ୍ରମିକଙ୍କ ସହ ଆଲେଚନା କରିଥିଲେ । ନ୍ୟାୟ ଯାତ୍ରା ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ଦୁଃଖ ଶୁଣୁଛନ୍ତି ଏବଂ ସେମାନଙ୍କ ସମସ୍ୟା ଶୁଣିବା ସହ ସମାଧାନ ମଧ୍ୟ କରୁଛନ୍ତି । ଆହୁରି ମଧ୍ୟ କେନ୍ଦ୍ରସରକାରଙ୍କ ଗରିବଙ୍କ ସମସ୍ୟାକୁ ଅଣଦେଖା କରୁଥିବା ଅଭିଯୋଗ କରୁଛନ୍ତି ରାହୁଲ । ଅନ୍ୟପଟେ ବିଜେପି ରାହୁଲଙ୍କ ଏପରି ଅଭିଯୋଗକୁ ଭିତ୍ତିହୀନ ବୋଲି ଦର୍ଶାଇଛି ।

author

Related Articles

Leave a Reply

Your email address will not be published. Required fields are marked *