ପୁଣିଥରେ କରୋନା ତାର ତାଣ୍ଡବ ରଚିବା ଆରମ୍ଭ କରିଦେଲାଣି । କୋଭିଡରେ ଗଲା ଆଉ ଏକ ଜୀବନ । ଅଭିନେତା ତା ସହିତ ଡିଏମଡିକେ ପାର୍ଟିର ଅଧ୍ୟକ୍ଷ କ୍ୟାପଟେନ ବିଜୟକାନ୍ତ କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଭେଣ୍ଟିଲଟରରେ ରଖାଯାଇଥିଲା । ଏହାପରେ ବିଜୟକାନ୍ତଙ୍କ ପରଲୋକ ହୋଇଛି। ତାଙ୍କ ଚିକିତ୍ସା ପାଇଁ ଏକ ଡାକ୍ତରୀ ଟିମ୍ ପ୍ରସ୍ତୁତ କରାଯାଇଥିଲା । ଡାକ୍ତର ଉଦ୍ୟମ ପରେ ମଧ୍ୟ ତାଙ୍କୁ ବଞ୍ଚାଯାଇପାରିନଥିଲା । ଆଜି ସକାଳେ କରୋନା ଲାଗି ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ଦେହାନ୍ତ ପରେ ପ୍ରଶଂସକ ମାନଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି ଏବଂ ହସ୍ପିଟାଲ ବାହାରେ ତାଙ୍କ ପ୍ରଶଂସକଙ୍କର ଭିଡ ଜମିଥିଲା ।

You can share this post!
author
Related Articles
ନିର୍ବାଚନ ସ୍ଥଗିତ ଖପ୍ପା ନବୀନ
- June 1, 2025
ନବୀନଙ୍କୁ ଚିଠି ଲେଖିଲେ…
- June 1, 2025