କୋଭିଡ ପଜିଟିଭ ଅକ୍ଷୟ କୁମାର

କୋଭିଡ ପଜିଟିଭ ଅକ୍ଷୟ କୁମାର

ଶୁକ୍ରବାର ରିଲିଜ ହୋଇଯାଇଛି ଅକ୍ଷୟ କୁମାରଙ୍କ ଫିଲ୍ମ ସରଫିରା । ଏହି ଫିଲ୍ମଟି ରିଲିଜ ହୋଇଥିବା ବେଳେ ଅକ୍ଷୟ କୁମାରଙ୍କୁ ନେଇ ଆସିଛି ଏକ ଦୁଃଖଦ ଖବର । ଖିଲାଡି ସୁପରଷ୍ଟାର କରୋନା ପଜିଟିଭ ହୋଇଥିବା ସୂଚନା ମିଳିଛି । ଦୀର୍ଘ ଦୁଇ ଦିନ ହେବ ସେ ଅସୁସ୍ଥ ରହିଥିଲେ । ଗତକାଲି କୋଭିଡ ଟେଷ୍ଟ କରିବା ପରେ ସେ କରୋନା ପଜିଟିଭ ଥିବା ଜଣାପଡିଛି । ଏହି ରିପୋର୍ଟ ଆସିବା ପରେ ଅକ୍ଷୟ କୁମାର ନିଜକୁ କ୍ୱାରେଣ୍ଟାଇନ କରିନେଇଛନ୍ତି । ସେପଟେ ଅନନ୍ତ ଅମ୍ବାନୀଙ୍କ ବାହାଘରରେ ବଲିଉଡର ପାଖାପାଖି ସବୁ କଳାକାର ଯୋଗ ଦେଇଥିବା ବେଳେ ଅକ୍ଷୟ କୁମାର ଯୋଗ ଦେଇ ନାହାନ୍ତି ନାହାଁନ୍ତି ।

author

Related Articles

Leave a Reply

Your email address will not be published. Required fields are marked *