କୋରାପୁଟରେ ଗଡିବ ଲକ୍ଷ୍ମୀ ବସ୍ । ଆଜିଠାରୁ କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମୋଡରେ ଏହାର ଉଦଘାଟନ କରିବେ । ଲାଣ୍ଡିଗୁଡାସ୍ଥିତ ସରକାରୀ କଲେଜ ପଡିଆରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ 43ଟି ଲକ୍ଷ୍ମୀ ବସ୍ ଗଡିବାର ସୂଚନା ରହିଛି । ଯାହାଦ୍ୱାରା କି ଗ୍ରାମାଞ୍ଚଳର କର୍ମଜୀବୀ, ମହିଳା, ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନେ ଉପକୃତ ହେବେ ।

You can share this post!
author