କୋରାପୁଟ ଗସ୍ତରେ କେନ୍ଦ୍ରୀୟ ଶିକ୍ଷା ରାଷ୍ଟ୍ର ଓ ଉତ୍ତର ପୁର୍ବ ଉନ୍ନୟନ ମନ୍ତ୍ରୀ ଡଃ ସୁକାନ୍ତ ମଜୁମଦାର। କୋରାପୁଟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରରେ ଆକାଂକ୍ଷା ଜିଲ୍ଲାରେ ଭାରତ ସରକାରଙ୍କ ବିଭିନ୍ନ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା ବୈଠକ କରିଛନ୍ତି | ପରେ ସେମିଳିଗୁଡା ବ୍ଳକ ରାଜୁ ପୁଟ ମିଲେଟ ପ୍ରସେଶିଂ ୟୁନିଟ ଗସ୍ତ କରି ମିଲେଟରେ ତିଆରି ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ଦେଖିବା ସହ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ସହ ଆଲୋଚନା କରିଛନ୍ତି|
କୋରାପୁଟ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାରେ ବହୁତ ଭଲ କାମ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ମଜୁମଦାର ଗଣମାଧ୍ୟମ ନିକଟରେ ପ୍ରକାଶ କରିଥିଲେ। ଜଳସେଚନରେ ବହୁତ୍ ଭଲ କାମ ହୋଇଛି କିନ୍ତୁ କ୍ଷୁଦ୍ର ଜଳସେଚନରେ ସୁଧାର ଅଣାଯିବ ବୋଲି ସେ କହିଥିଲେ । ମିଲେଟ ଶକ୍ତି ପ୍ରୋସେସ୍ସିଂ ୟୁନିଟ ଠାରେ ଏକ ପରିଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ସେଠାରେ ମୁଖ୍ୟ ଅତିଥି ରୂପେ ଶିକ୍ଷାମନ୍ତ୍ରୀ ଶ୍ରୀ ସୁକାନ୍ତ ମଜୁମଦାର ଯୋଗ ଦେଇଥିଲେ ଏବଂ ଅନ୍ୟାନ୍ୟ ଯେପରି ବିଜେପି ଦଳିୟ ପ୍ରାର୍ଥୀ ସାଂସଦ ଶ୍ରୀ ରଘୁରାମ ମାଛ, କୋଟପାଡ଼ ବିଧାୟକ ଶ୍ରୀ ରୁକୁ ଭତ୍ରା ଉପସ୍ଥିତ ରହିଥିଲେ। ମୁଖ୍ୟ ରୂପେ ଉକ୍ତ ମିଲେଟ ପ୍ରୋସେସ୍ସିଂ ୟୁନିଟକୁ ସୁପରିଚାଳନା କରୁଥିବା ସଂସ୍ଥା ତରଫରୁ ଡ଼କ୍ଟର ଅଭିରାଜ ଦତ୍ତ, ଉଦିତ ଶଙ୍କର ପାଣିଗ୍ରାହୀ, ମନୋଜ ଲିମା ଏବଂ ରାମ ନନ୍ଦିବାଲି ଏହି ୟୁନିଟର କାର୍ଯ୍ୟକ୍ରମକୁ ଉପସ୍ଥାପନ କରିଥିଲେ। ପରେ ମନ୍ତ୍ରୀ ଦାମନଯୋଡି ସ୍ଥିତ ମାଲୁ ସାଉନ୍ତା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଵା ସହ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିଲେ । କୋରାପୁଟ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାରେ ବହୁତ ଭଲ କାମ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ମଜୁମଦାର ଗଣମାଧ୍ୟମ ନିକଟରେ ପ୍ରକାଶ କରିଥିଲେ।