ରାଜ୍ୟପାଳ ରଘୁବର ଦାସଙ୍କ ଦ୍ୱାରା ଚାଲିଛି ଜିଲ୍ଲାମାନଙ୍କ ଥିବା ସମସ୍ୟାର ଅନୁଧ୍ୟାନ । ସେହିପରି ରଘୁବର ଦାସ କୋରାପୁଟ କଫି ବୋର୍ଡ ବୁଲି ଦେଖିବା ସହିତ କଫି ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହିତ ଆଲୋଚନା କରିଛନ୍ତି । କୋରାପୁଟ ଜଳବାୟୁ ହେଉଛି କଫି ଚାଷ ପାଇଁ ଅନୁକୂଳ । ସେଥିପାଇଁ କୋରାପୁଟରେ କଫି ଉତ୍ପାଦନ ବହୁଳ ମାତ୍ରାରେ କରାଯାଉଛି । କୋରାପୁଟର କଫି ଏବେ ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆଗକୁ କୋରାପୁଟ କଫି କିପରି ଅଧିକରୁ ଅଧିକ ମାତ୍ରାରେ ଉତ୍ପାଦନ ହୋଇପାରିବ ସେ ନେଇ କଫି ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହିତ ଆଲୋଚନା କରିଛନ୍ତି । କଫି ଚାଷୀଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିବା ବିଭିନ୍ନ କଫି ଷ୍ଟଲ ବୁଲି ଦେଖିଥିଲେ ।
You can share this post!
author