ଦିନକୁ ଦିନ ସମାଜ କଳୁଶିତ ହୋଇଯାଉଛି .ଆଉ ନାରୀ ପ୍ରତି ଅତ୍ୟାଚାର ବଡ଼ିବାରେ ଲାଗିଛି .ନିକଟରେ କୋଲକତା ଆର ଜି କର ମେଡିକାଲ କଲେଜରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ସହ ହୋଇଥିବା ଦୁଷ୍କର୍ମ ଏବଂ ହତ୍ୟା ଘଟଣା ଲୋକଙ୍କୁ ମର୍ମହତ କରିଥିବା ବେଳେ .ପିଡିତାଙ୍କୁ ନ୍ୟାୟ ଦେବା କୁ ଦେଶ ସାରା ଆନ୍ଦୋଳନ ଜାରି ରହିଛି .ଲୋକେ ମହମବତୀ ଧରି ବିକ୍ଷୋଭ ପ୍ରର୍ଦଶନ କରୁଛନ୍ତି ..
ତେବେ ଏହାରି ଭିତରେ ଆମ ରାଜ୍ୟ ଓଡିଶାରୁ ଏକ ଲଜ୍ଜା ଜନକ ଖବର ସାମ୍ନାକୁ ଆସିଛି .ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ଜଣେ ୧୧ ବର୍ଷୀୟା ନାବାଳିକାର ଉଲଗ୍ନ ମୃତ ଦେହ ଠାବ ହୋଇଛି .ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି .ସ୍କୁଲ ପଛ ଏକ ବୁଦା ମୁଳେ ଛାତ୍ରୀଙ୍କ ମୃତ ଦେହ ଠାବ ପରେ ସନ୍ଦେହ ବଢ଼ିଯାଇଛି .
ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଂଚି ତନାଘନା ଆରମ୍ଭ କରିଛନ୍ତି .ତେବେ ନାବାଳିକା ଜଣକ ସ୍କୁଲକୁ ଯାଇ ଆଉ ଘରକୁ ଫେରିନଥିଲେ.ଯାହାପରେ ଆଖପାଖ ଅଂଚଳରେ ଖୋଜାଖୋଜି ଆରମ୍ଭ ହୋଇଥିଲା

You can share this post!
author