ଚଳିତ ଏସିଆ କପ ରେ ପାକିସ୍ତାନ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଭାରତ । ବର୍ଷା ପାଇଁ ସୋମବାର ପ୍ରାୟ ଦେଢ ଘଣ୍ଟା ବିଳମ୍ବ ରେ ମ୍ୟାଚ ଆରମ୍ଭ ହୋଇଥିଲା ମଧ୍ୟ ବହୁ ଦ୍ୱନ୍ଦ ରେ ଥିବା ଏହି ମ୍ୟାତ ରେ ଭାରତ 356 ରନ ର ସ୍କୋର କରି ପାକିସ୍ତାନ କୁ ଧୂଳି ଚଟାଇଛି । 228 ରନ ବ୍ୟବଧାନ ରେ ପାକିସ୍ତାନ କୁ ହରାଇଛି ଭାରତ । ପାକିସ୍ତାନ କୁ ଭାରତୀୟ ବୋଲର କୌଣସି ଭାବେ ଆଗକୁ ବଢିବାକୁ ଦେଇନଥିଲେ । ବର୍ଷା କାରଣରୁ କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମ୍ରେ କମ୍ ଦର୍ଶକ ଥିଲେ ସତ, କିନ୍ତୁ ରୋମାଞ୍ଚ ସବୁଠାରୁ ଅଧିକ ଥିଲା। କୋହଲି ୯୪ ବଲ୍ରୁ ୧୨୨* ରନ୍ରେ (୯ ଚୌକା, ୩ ଛକା) ଏବଂ ରାହୁଲ ୧୦୬ ବଲ୍ରୁ ୧୧୧* ରନ୍ (୧୨ ଚୌକା, ୧ ଛକା) ଅପରାଜିତ ରହି ପାକିସ୍ତାନକୁ ବ୍ୟାକ୍ଫୁଟ୍ରେ ରଖିଥିଲେ ଏବଂ କୁଲଦୀପ ଯାଦବଙ୍କ 5 ୱିକେଟ ସଫଳତା ମଧ୍ୟ ଭାରତକୁ ସହଜ ବିଜୟ ଦେଇଥିଲା । ସୁପର୍ ଫୋର୍ରେ ଭାରତ କ୍ରମାଗତ ତୃତୀୟ ଦିନ ମଧ୍ୟ ପଡ଼ିଆରେ ରହିବ। ମଙ୍ଗଳବାର ଭାରତ ନିଜ ପରବର୍ତୀ ମ୍ୟାଚ୍ରେ ଶ୍ରୀଲଙ୍କା ସହ ଖେଳିବ। କୋହଲିଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଛି।

You can share this post!
author
Related Articles
ମୁହଁ ଖୋଲିଲେ ରୋହିତ୍
- March 11, 2025
ଭାରତ ପାଇଁ ଆସୁଛି ପରୀକ୍ଷାର ବେଳ !
- March 3, 2025
ଭାରତ-ପାକ୍ ଦମଦାର ଲଢେଇ..ଫ୍ରିରେ ମ୍ୟାଚ୍ ଦେଖାଉଛି ଏହି ଆପ୍…
- February 23, 2025