କ୍ରେନ ପିନ୍ଧାଇଲା ଫୁଲ ମାଳ

କ୍ରେନ ପିନ୍ଧାଇଲା ଫୁଲ ମାଳ

ଆକାଶରୁ ହେଉଛି ଫୁଲ ବର୍ଷା .ଦେଖିବାକୁ ଭିଡ଼ ଜମାଇଛନ୍ତି ଲୋକେ .ଏମିତି ରାଲି ହୁଏ ଆପଣ ପ୍ରଧାନମନ୍ତ୍ରୀ ,ନହେଲେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ଦେଖିଥିବେ .କିନ୍ତୁ ଏବେ ଆପଣଙ୍କ ଯାହାଙ୍କ ରାଲି ଦେଖୁଛନ୍ତି ତାଙ୍କର ବି ରାଜ୍ୟ ବିଜେପିରେ କୌଣସି ଛୋଟମୋଟ ନେତ୍ରୀ ନୂହଁନ୍ତି . ସେ ହେଉଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଉ ତାଙ୍କ ସହିତ ଯିଏ ଅଛନ୍ତି ତାଙ୍କୁ କିଏବା ନଜାଣେ ସେ ହେଉଛନ୍ତି ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ .

ତେବେ ଏପରି ସ୍ୱାଗତ ଦେଖି ଆପଣ ଭାବୁଥିବେ କାହିଁକି ଏସ୍ୱାଗତ ସମ୍ଭର୍ଦ୍ଧନା .ତେବେ ଖୋର୍ଦ୍ଧା ଠାରେ ସଂସ୍କୃତି ଭବନ ଭିତି ପ୍ରସ୍ତର ସ୍ଥାପନ ପରେ ଏବଂ ଭେଣ୍ଡି ଜୋନ ଭିତି ପ୍ରସ୍ତର ସ୍ଥାପନ ପୂର୍ବରୁ ଆୟୋଜିତ ବାଇକ ରାଲି ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଜନସାଧାରଣ ଯୁବବର୍ଗ ଏକକ୍ରିତ ହୋଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ . ସେଠାରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସମେତ ସମସ୍ତ ନେତୃବୃନ୍ଦ ଏବଂ ଦଳୀୟ ସହକର୍ମୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ .ପରେ ସାଂସଦ ସେଠାରେ ଆୟୋଜିତ ହୋଇଥିବା ସଭାକୁ ସମ୍ବୋଧିତ କରିଥିଲେ .ଆଉ ସେହି ସମୟରେ ଖୋର୍ଦ୍ଧା ବିଧାୟକ ପ୍ରସାନ୍ତ ଜଗଦେବଙ୍କୁ ପ୍ରସଂଶାରେ ପୋତି ପକାଇଥିଲେ . ସେଠାରେ ଲୋକଙ୍କ ଭିଡ଼ି ପ୍ରବଳ ଜମିଥିଲା .

author

Related Articles

Leave a Reply

Your email address will not be published. Required fields are marked *