କ୍ଷୀରରେ ଏହି ଜିନିଷ ମିଶାଇ ପିଅନ୍ତୁ…ମିଳିବ ଗଜବ ଫାଇଦା

କ୍ଷୀରରେ ଏହି ଜିନିଷ ମିଶାଇ ପିଅନ୍ତୁ…ମିଳିବ ଗଜବ ଫାଇଦା

କ୍ଷୀର ଏମିତି ଏକ ଖାଦ୍ୟ ଯାହା ଖାଇବା ଦ୍ୱାରା ଶରୀରେ ଶକ୍ତି ବୃଦ୍ଧି ହେବା ସହିତ ଅନେକ କ୍ଷେତ୍ରରେ ସହାୟକ ହୋଇଥାଏ । କେହି କେହି କ୍ଷୀର ଖାଇବା ପାଇଁ ପସନ୍ଦ କରିନଥାନ୍ତି ଏବଂ କେହି କେହି କ୍ଷୀରରେ ହଳଦି କିମ୍ୱା ହଲକସି ମିଶାଇ ପିଇଥାନ୍ତି । କିନ୍ତୁ ଆମେ ଆପଣମାନଙ୍କୁ ଆଜି ଏମିତି ଏକ ଖାଦ୍ୟ ଉପାୟ କହିବୁ ଯାହାଦ୍ୱାର ଆପଣଙ୍କ ଶରୀରକୁ ଶକ୍ତି ଯୋଗାଇବା ସହିତ ଶରୀରର ଥକ୍କାପଣକୁ ମଧ୍ୟ ଦୂର କରିଥାଏ ।

ତେବେ ଘର କାର୍ଯ୍ୟରେ ବ୍ୟସ୍ତ ରହୁଥିବା କିଛି କିଛି ମହିଳା ଠିକ ସମୟରେ ଖାଦ୍ୟ ଖାଇବା ପାଇଁ ଭୁଲିଯାଆନ୍ତି । ଯାହା ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରିଥାଏ । ବହୁ ସଂଖ୍ୟକ ମହିଳା ରକ୍ତହୀନତା ଏବଂ ଅନ୍ୟ ଶାରୀରିକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଯଦି ଏହି ସମସ୍ୟାରୁ ଆପଣ ନିଜକୁ ଦୂରେଇ ରଖିବାକୁ ଚାହୁଁଛନ୍ତି ତେବେ ଏହାକୁ ପ୍ରତିଦିନ ସେବନ କରନ୍ତୁ ଯାହା ଆପଣଙ୍କ ଶରୀରରେ ଶକ୍ତି ବୃଦ୍ଧି କରିଥାଏ…

ଯଦି ଆପଣ ପ୍ରତିଦିନ ଆପଣଙ୍କ ଦୈନନ୍ଦିନ ଜୀବନରେ କ୍ଷାର ସେବନ କରୁଛନ୍ତି ତେବେ କ୍ଷୀର ସହିତ ଦୁଇଟି କାଜୁକୁ ଏଥିରେ ସାମିଲ କରନ୍ତୁ । ଉଭୟର ମିଶ୍ରଣ ଶରୀର ପକ୍ଷେ ଲାଭଦାୟକ ଅଟେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁଯାୟୀ ଏହା ମହିଳାମାନଙ୍କ ଶରୀର ପକ୍ଷେ ଅତ୍ୟନ୍ତ ଲାଭଦାୟକ ଅଟେ ।

ତେବେ ଖଜୁରି ରେ ଲୌହ, ଫାଇବର, ପୋଟାସିୟମ, କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ ଭଳି ପୋଷକ ତତ୍ତ୍ୱ ମିଳିଥାଏ। ସେହିପରି କ୍ଷୀର ପ୍ରୋଟିନ୍, କ୍ୟାଲସିୟମ୍ ଏବଂ ଭିଟାମିନର ଏକ ଭଲ ଉତ୍ସ। ପ୍ରତିଦିନ କ୍ଷୀର ସହିତ ଖଜୁରି ଖାଇବା ଦ୍ୱାରା ମହିଳାମାନଙ୍କର ଅନେକ ସମସ୍ୟାର ସମାଧାନ ହୋଇପାରିବ।

ଆୟୁର୍ବେଦ ମତରେ, ମହିଳାମାନେ ପ୍ରାୟତଃ ରକ୍ତହୀନତାର ଶିକାର ହୁଅନ୍ତି, ଯାହାଦ୍ୱାରା ସେମାନେ ଦୁର୍ବଳ ଅନୁଭବ କରନ୍ତି। ବିଶେଷକରି ମାସିକ ଋତୁସ୍ରାବ ଏବଂ ଗର୍ଭାବସ୍ଥାରେ ରକ୍ତହୀନତାର ସମସ୍ୟା ବୃଦ୍ଧି ପାଏ । କ୍ଷୀରରେ ଖଜୁରି ମିଶାଇ ପିଇବା ଦ୍ୱାରା ଏହି ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ ।

author

Related Articles

Leave a Reply

Your email address will not be published. Required fields are marked *