କ୍ୟାବିନେଟ ବୈଠକରେ ୧୭ ପ୍ରସ୍ତାବକୁ ମଞ୍ଜୁରୀ

କ୍ୟାବିନେଟ ବୈଠକରେ ୧୭ ପ୍ରସ୍ତାବକୁ ମଞ୍ଜୁରୀ

ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ନୂତନ ଅନୁଦାନପ୍ରାପ୍ତ ଉଚ୍ଚବିଦ୍ୟାଳୟ ଶିକ୍ଷକ ଓ ସଂସ୍କୃତ ଟୋଲ ଶିକ୍ଷକଙ୍କୁ ୬ ଲକ୍ଷ ଓ ଅଣଶିକ୍ଷକଙ୍କୁ ୪ ଲକ୍ଷ ଟଙ୍କାର ଅବସରକାଳୀନ ସହାୟତା ମିଳିବ । ନୂତନ ଅନୁଦାନ ଉଚ୍ଚ ମାଧ୍ୟମିକ ସ୍କୁଲ ଓ ମଦ୍ରାସା ଶିକ୍ଷକଙ୍କୁ ୫ ଲକ୍ଷ ଟଙ୍କା ମିଳିବ । ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କୁ ଏକକାଳୀନ ସହାୟତା ମିଳିବ । ଅବସର ପରେ ଶିକ୍ଷକଙ୍କୁ ୧୦ ଲକ୍ଷ ଓ ଅଣଶିକ୍ଷକଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ମିଳିବ । ସେହିଭଳି ନୂଆ ଛାତ୍ର ବୃତ୍ତି ଗାଇଡ ଲାଇନ ସଂଶୋଧନ ହୋଇଛି । ଅଣ-ବୈଷୟିକ ୟୁଜି ପିଜି ଛାତ୍ରଛାତ୍ରୀ ଏହି ଛାତ୍ରବୃତିର ଲାଭ ପାଇପାରିବେ । ପୂର୍ବରୁ କେବଳ ଉଚ୍ଚଶିକ୍ଷା ବିଭାଗରେ ପାଠ ପଢୁଥିବା ଛାତ୍ରଛାତ୍ରୀ ଏଥିରୁ ଲାଭ ପାଉଥିଲେ । ସବୁ ବ୍ଲକ ଓ ପ୍ରମୁଖ ଉପଖଣ୍ଡର ଆମ ବସଷ୍ଟାଣ୍ଡ ହେବ । ଏଥିପାଇଁ ୩୧୮ଟି ସ୍ଥାନ ଚିହ୍ନଟ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *