ପୁଣି ଖଣ୍ଡଗିରିରେ ଅନ୍ନଛତ୍ର ଖୋଲିବେ ରାଣୀ ପଣ୍ଡା । ଆଜି ଖଣ୍ଡଗିରିରେ ୧୦ ହଜାର ଲୋକଙ୍କ ପାଇଁ ଘିଅଅନ୍ନ ମଟନର ବ୍ୟବସ୍ଥା କରିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ୧୦ହଜାର ଲୋକଙ୍କୁ ନିଜ ହାତରୁ ମଟନ ଖୋଇବା ପାଇଁ ବଡ଼ କଲିଜା ଦରକାର ଯେଉଁଟା କି ରାଣୀ ପଣ୍ଡା ପାଖରେ ଅଛି । କାଲି ରାତିରେ ରାଣୀ ଘୋଷଣା କରିଛନ୍ତି ଯେ, ସେ ୧୦ହଜାର ଲୋକଙ୍କ ପାଇଁ ୧୦ କୁଇଣ୍ଟାଲ ମଟନ ଆଣିଛନ୍ତି । ଆଜିର ଅନ୍ନଛତ୍ର ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହେଇ ରହିଛନ୍ତି ରାଣୀ । ୧୦୦ ମିଟର ଦୂରରେ ତାଙ୍କ ଚିର ପ୍ରତିଦ୍ବନ୍ଦୀ ପିୟୁଷ ସହିତ ମୁକାବିଲା ଚାଲିଥିଲା ବେଳେ ଏମିତି ଏକ ଘୋଷଣା କରିଛନ୍ତି ରାଣୀ । ରାଣୀ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ଭଲପାଇବା ପାଇଁ ସେ ଆଜି ଏତେ ସଫଳତା ପାଇ ପାରିଛନ୍ତି । ତେଣୁ ଲୋକ ମାନଙ୍କ ଭଲପାଇବା ପ୍ରତିବଦଳରେ ସେ ଲୋକଙ୍କ ପାଇଁ କିଛି କରିବାର ସୁଯୋଗ ପାଇଛନ୍ତି । ଆଜିର ଏହି ଘୋଷଣା ପରେ ରାଣୀ ପ୍ରମାଣିତ କରିଦେଲେ ରାଣୀ ସବୁବେଳେ ରାଣୀ ହେଇ ରହିବେ । ରାଣୀଙ୍କ ଭଳି କେବେ କେହି ହେଇପାରିବେ ନାହିଁ । ରାଣୀଙ୍କ ହୃଦୟ ଏତେ ବଡ଼ ଯେ, ସେ ଖଣ୍ଡଗିରିରେ ଯାତ୍ରା ପରିବେଷଣ କରି ଯେତିକି ଟଙ୍କା ପାଇବେ ତାହାର ଅଧାରୁ ଅଧିକ ଟଙ୍କା ଲୋକ ମାନଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି । ରାତି ୭ଟା-୮ଟା ପରେ ରାଣୀ ଦର୍ଶକ ମାନଙ୍କୁ ମଟନ ଭୋଜି ଦେବେ ବୋଲି ଚର୍ଚ୍ଚା ଚାଲିଛି ।
ତେବେ ୧୦ହଜାର ଲୋକଙ୍କୁ ଘିଅଅନ୍ନ ଓ ମଟନ ଦେବା କିଛି ଛୋଟ କଥା ନୁହେଁ । ଏଠି ଆମେ କହିରଖିବାକୁ ଚାଁହୁଛୁ ଯେ, ଏବେ ସମସ୍ତ ଯାତ୍ରାପ୍ରେମୀ ଖଣ୍ଡଗିରି ମୁହାଁ ହେଇଛନ୍ତି । ଏବଂ ମୁହାଁମୁହିଁ ହୋଇଛନ୍ତି ପୃଥିରାଜର ରାଣୀ ପଣ୍ଡା ଓ ଯାତ୍ରା ସୂର୍ୟ୍ୟମନ୍ଦିରର ପିୟୁଷ ..ତେବେ ଦେଖିବାକୁ ବାକିରହିଲା ଏ ହାଇଭୋଲ୍ଟେଜ ମୁକାବିଲାରେ କିଏ ମାରୁଛି ବାଜି ?
