ଖତ ହେଉଥିଲା ମହାପ୍ରାୟଣ ଗାଡି ବିଧାୟକ କଲେ ପୂଜାପାଠ

ଖତ ହେଉଥିଲା ମହାପ୍ରାୟଣ ଗାଡି ବିଧାୟକ କଲେ ପୂଜାପାଠ

କୋଦଳା ସରକାରୀ ହସ୍ପିଟାଲରେ ଥିବା ମହାପ୍ରଣାୟ ଗାଡି ବ୍ୟବହାର ଉପଯୋଗୀ ନହୋଇ ଦୀର୍ଘ 3 ବର୍ଷ ହେଲା ପଡ଼ିଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ଗାଡ଼ି ଖତ ଖାଉଥିଲା । ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ କୋଦଳା ମେଡିକାଲର ଗତ ଆର କେ ଏସ ବୈଠକ ରେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ନାୟକ ଉକ୍ତ ଗାଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ କହିବା ସହ ଏନ ଏ ସି ଅଧକ୍ଷଙ୍କୁ ଦାୟିତ୍ୱ ଦେଇଥିଲେ । ଅଧକ୍ଷଙ୍କ ପ୍ରଚେଷ୍ଟା ଫଳରେ ଶୁକ୍ରବାର ଦିନ ଏହି ଗାଡିକୁ ନିଜେ ପୂଜା ପାଠ କରି ଲୋକାର୍ପଣ କରିଛନ୍ତି । ଆଗାମୀ ଦିନରେ ଉକ୍ତ ଗାଡି ଯେପରି ଲୋକଙ୍କ ସେବାରେ ଲାଗିବ ତାହାପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ପ୍ରକାଶ ଥାଉ କି କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନଙ୍କ ହାତ ପାଣ୍ଠିରୁ ଅଞ୍ଚଳବାସୀଙ୍କ ନିମନ୍ତେ ଏକ ମହାପ୍ରଣାୟ ଗାଡିର ଶୁଭାରମ୍ଭ ହୋଇଥିଲା। ତେବେ ଏହା ଉଦଘାଟନ ହେବାଠାରୁ ମେଡିକାଲ ପଛପଟେ ପଡି ରହିଥିଲା । ଏଥିରେ କୌଣସି ଡ୍ରାଇଭର ନିଯୁକ୍ତ ହୋଇ ନାହାନ୍ତି କି ଏହାର ପରିଚାଳନା କିଏ କରିବ ସେ ନେଇ କୌଣସି ପଦକ୍ଷେପ ଏ ଯାଏଁ ନିଆ ଯାଇନଥିଲା । ଫଳରେ ନୂଆଁ ଗାଡିଟି ରୁଗ୍ଣ ଅବସ୍ଥାକୁ ଚାଲି ଯାଇଥିଲା । ଡାକ୍ତରଖାନାରେ ମୃତ୍ୟୁବରଣ କରୁଥିବା ରୋଗୀଙ୍କୁ ଘରେ ପହଞ୍ଚାଇବାରେ ଏହି ଗାଡିକୁ ବ୍ଯବହାର କରାଯିବା କଥା।ରେଡକ୍ରସ ଏହାର ଦାୟିତ୍ବ ଭାର ନେଇଛି ଏବଂ ଏସ୍ ଏଚ୍ ଜି ମହିଳା ମାନଙ୍କ ଜରିଆରେ ଏହା ପରିଚାଳନା କରାଯିବା କଥା ବୋଲି କହିଛନ୍ତି ମେଡିକାଲ ଇନ୍ ଚାର୍ଜର । ଆଜି ଏହି କାର୍ଯ୍ୟକ୍ରମ ରେ ଡାକ୍kumଆଦିତ୍ୟ ପ୍ରସାଦ ସାହୁ, ବିପିଏମ ସନ୍ତୋଷ ସାହୁ, ଆଲୋକ କୁମାର ଶତପଥି ଙ୍କ ସମେତ ମେଡିକାଲ କର୍ମଚାରୀ ଉପସ୍ଥିତ ଥିଲେ ।

author

Related Articles

Leave a Reply

Your email address will not be published. Required fields are marked *