ଖରାଦିନେ ଖାଆନ୍ତୁ ଏହି ଜିନିଷ ପେଟ ରହିବ ଥଣ୍ଡା

ଖରାଦିନେ ଖାଆନ୍ତୁ ଏହି ଜିନିଷ ପେଟ ରହିବ ଥଣ୍ଡା

ଖାଦ୍ୟ ମଧ୍ୟରେ ଲୋକମାନଙ୍କର ପ୍ରଧାନ ଖାଦ୍ୟ ହେଉଛି ଭାତ ଏବଂ ରୁଟି । ସାଧାରଣତଃ ଲୋକମାନେ ସକାଳ ଖାଦ୍ୟ କିମ୍ୱା ରାତି ଖାଇବାରେ ରୁଟି ଖାଇବାକୁ ପସନ୍ଦ କରିଥାନ୍ତି । ଗହମରୁ ପ୍ରସ୍ତୁତି ଅଟାରେ ରୁଟି ବହୁତ ପୁଷ୍ଟିକର ଏବଂ ସ୍ୱାସ୍ଥ୍ୟ ପାଇଁ ହିତକର ଅଟେ । କେବଳ ଗହମ ଅଟା ନୁହେଁ ବରଂ କିଛି ଶସ୍ୟର ଅଟା ମଧ୍ୟ ଆପଣ ଖାଇପାରିବେ । ଭାରତର ଲୋକେ ଅଧିକାଂଶ ସମୟରେ ଗହମ ଅଟା ବ୍ୟବହାର କରିଥାଆନ୍ତି । ଅଟାରେ ରୁଟି,ପରଟା,ପୁରୀ,ଲୁଟି ପରି ନାନା ଖାଦ୍ୟ ପ୍ରସ୍ତୁତ କରି ଲୋକମାନେ ଖାଇଥାଆନ୍ତି । ଗହମରେ ପ୍ରସ୍ତୁତ ଅଟାରେ ପ୍ରଚୁର ପରିମାଣରେ ଫାଇବର ରହିଥାଏ । ଯେଉଁଥିରେ ଲୌହ ଓ ମ୍ୟାଗ୍ନେସିୟମ ମଧ୍ୟ ରହିଛି । ତେବେ ଗହମ ଅଟା ପରେ ମଧ୍ୟ ଆହୁରି ଏମିତି ଅନେକ ପ୍ରକାର ଅଟା ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ହିତକର ଅଟେ ତେବେ ସେହି ଅଟା ଗୁଡିକ ବିଷୟରେ ଜାଣିବାକୁ ହେଲେ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ…

ଚାଉଳରେ ତିଆରି ଅଟା । ମୁଖ୍ୟତଃ ଲୋକମାନେ ବର୍ଷକୁ 12 ମାସ ରୁଟି ଖାଇଥାଆନ୍ତି । ତେବେ ଆସନ୍ତୁ ଚାଉଳ ଅଟା ବାବଦରେ ଜାଣିବା । ଏହି ଅଟା ପେଟ ପାଇଁ ସ୍ୱାସ୍ଥ୍ୟକର। ଏହାକୁ ଗ୍ରୀଷ୍ମ ଋତୁରେ ଖାଇବା ଉଚିତ। ଏହା ଦକ୍ଷିଣ ଭାରତୀୟ ଏବଂ ଉପକୂଳବର୍ତ୍ତୀ ଖାଦ୍ୟରେ ବିଶେଷକରି ତାମିଲନାଡୁ ଏବଂ କର୍ଣ୍ଣାଟକରେ ପ୍ରମୁଖ । ।ଚାଉଳ ଅଟା ସିଝା ଚାଉଳରୁ କରାଯାଏ । ଏହା ଏକ ଗ୍ଲୁଟେନ୍-ମୁକ୍ତ ଏବଂ ହାଲୁକା ଅଟା ଏବଂ ଦକ୍ଷିଣ ଭାରତର ଏକ ମୁଖ୍ୟ ଖାଦ୍ୟ ଅଟେ। ଏହି ଅଟା ବହୁତ ସୂକ୍ଷ୍ମ ଏବଂ ହାଲୁକା। ଏଥିରେ ଲୋକମାନେ ମୁଡୁକି, ଚକୁଳି, ଦୋସା, ଇଡ୍‌ଲି ତିଆରି କରନ୍ତି ।

ବୁଟ ଅଟା ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକର ଅଟେ । ବୁଟକୁ ପେଷି ସେଥିରେ ବେସନ ତିଆରି କରାଯାଏ। ଏହା ପ୍ରୋଟିନ୍‌ରେ ଭରପୁର ଏବଂ ଗ୍ଲୁଟେନ୍ ମୁକ୍ତ। ବେସନର ସ୍ୱାଦ ହାଲୁକା ବାଦାମ ଭଳି। ସାଧାରଣତଃ ବେସନ ହାଲୱା, ପକୋଡ଼ା, , ଲଡୁ, ଢୋକଲା, ବେସନ ତରକାରୀ ଇତ୍ୟାଦି ତିଆରି କରିବା ପାଇଁ ବ୍ୟବହୃତ ହୁଏ। ବେସନ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟକର ଲାଭ ମଧ୍ୟ ମିଳିଥାଏ ।
ତେବେ ଖରାଦିନରେ ଗହମ ଅଟା ଖାଇବା ସହ ଏହି ଅଟା ଗୁଡିକ ମଧ୍ୟ ଖାଆନ୍ତୁ ଯାହା ଆପଣଙ୍କୁ ସୁସ୍ଥ ରଖିଥାଏ ।

author

Related Articles

Leave a Reply

Your email address will not be published. Required fields are marked *