ଖରାଦିନେ ଖାଆନ୍ତୁ ଭେଣ୍ଡି….ମଧୁମେହରୁ ମିଳିବ ମୁକ୍ତି

ଖରାଦିନେ ଖାଆନ୍ତୁ ଭେଣ୍ଡି….ମଧୁମେହରୁ ମିଳିବ ମୁକ୍ତି

ପରିବା ଖାଇବା ଦ୍ୱାରା ଶରୀରକୁ ଅନେକ ମାତ୍ରାରେ ପୋଷଣ ମିଳିଥାଏ । କେହି କେହି ପରିବା ଖାଇବା ପାଇଁ ପସନ୍ଦ ମଧ୍ୟ କରିନଥାନ୍ତି । ଆମେ ପିଲାବେଳେ ପାଠ ପଢିଲା ବେଳେ ପଢିଥିଲେ କି ଭେଣ୍ଡି ଏକ ଭଲ ପରିବା ଅଟେ । ଯାହା ଖାଇବା ପାଇଁ ଭଲଲାଗେ ଏବଂ ଅନେକଙ୍କ ପ୍ରିୟ ହୋଇଥାଏ । କିନ୍ତୁ କିଛି ଲୋକ ଏହି ଭେଣ୍ଡି ପରିବା ଖାଇବା ପାଇଁ ଚାହାଁନ୍ତି ନାହିଁ । ତେବେ ଯେଉଁମାନେ ଏହି ପରିବା ଖାଇବାକୁ ପସନ୍ଦ ନକରନ୍ତି ସେମାନଙ୍କ ପାଇଁ ଏହି ଭିଡିଓଟି । ତେବେ ଆସନ୍ତୁ ଜାଣିବା ଭେଣ୍ଡି ଆମ ଶରୀରକୁ କେଉଁ ପ୍ରକାର ଶକ୍ତି ଯୋଗାଇଥାଏ ଏବଂ ଏହା କାହିଁକି ଖାଇବା ଉଚିତ୍

ଭେଣ୍ଡି କେବଳ ସ୍ୱାଦିଷ୍ଟ ଖାଦ୍ୟ ନୁହେଁ ବରଂ ଏଥିରେ ପୋଷକ ତତ୍ତ୍ୱ ଭରି ହୋଇ ରହିଛି । ବିଶେଷଜ୍ଞଙ୍କ ମତାନୁଯାୟୀ ଭେଣ୍ଟିରେ ଭିଟାମିନ ଏ,ପୋଟାସିୟମ,ମ୍ୟାଗ୍ନେସିୟମ,ଇତ୍ୟାଦି ଖଣିଜ ପଦାର୍ଥ ଭରପୂର ପରିମାଣରେ ଥିବା ସହିତ ପର୍ଯ୍ୟାପ୍ତ ପରିମାଣରେ ଫାଇବର ଓ ଆଣ୍ଟିଅକ୍ସାଇଡ ରହିଛି । ଗ୍ରୀଷ୍ମଋତୁ ପାଇଁ ଭେଣ୍ଡି ଲାଭଦାୟକ ଅଟେ । ଏହାର ପ୍ରଭାବ ଥଣ୍ଡା ତେଣୁ ଏହା ଶରୀରକୁ ଶୀତଳ ରଖିଥାଏ । ଖାଲି ସେତିକି ନୁହେଁ ବରଂ ଏହା ସହଜରେ ହଜମ ମଧ୍ୟ ହୋଇଥାଏ ।

ଭେଣ୍ଡି ମଧ୍ୟ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରେ । ଭେଣ୍ଡି ଖାଇବା ଦ୍ୱାରା ପାଚନ କ୍ରିୟା ମଜବୁତ ହୁଏ। ଭେଣ୍ଡିକୁ ଯେକୌଣସି ସମୟରେ ଖାଇପାରିବେ। ଭେଣ୍ଡିରେ ଭରପୂର ପରିମାଣରେ ଥିବା ଫାଇବର ପାଚନ କ୍ରିୟାକୁ ମଜବୁତ କରେ। ପେଟ ସମ୍ବନ୍ଧୀୟ ସମସ୍ୟା ଦୂର କରେ। ଏହା କୋଷ୍ଠକାଠିନ୍ୟ, ପେଟ ଫୁଲିବା, ବାନ୍ତି ଇତ୍ୟାଦି ସମସ୍ୟାକୁ ଦୂର କରେ। ଭେଣ୍ଡି ପେଟ ସହିତ ହୃଦୟ ପାଇଁ ମଧ୍ୟ ଲାଭଦାୟକ। ମଧୁମେହ ରୋଗ ପାଇଁ ମଧ୍ୟ ଭେଣ୍ଡି ଖାଇବା ଉଚିତ । ଯଦି ଆପଣ ଭେଣ୍ଡି ଖାଇବାକୁ ପସନ୍ଦ କରୁନାହାନ୍ତି ଏବେ ଠାରୁ ଆପଣଙ୍କ ରୋଟିନରେ ଭେଣ୍ଡିକୁ ସାମିଲ କରନ୍ତୁ ।

author

Related Articles

Leave a Reply

Your email address will not be published. Required fields are marked *