ମୁଖ୍ୟମନ୍ତ୍ରୀ ବର୍ଦ୍ଧିତ ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗ ଭତ୍ତାର ବିତରଣ କାର୍ଯକ୍ରମର ଶୁଭାରମ୍ଭ କାରିଥିବା ବେଳେ | ଖଲ୍ଲିକୋଟ ବ୍ଲକର ସଭା ଗୃହରେ ସାଂସଦ ଅନିତା ସୁଭଦର୍ଶିନୀ ଓ ସ୍ଥାନୀୟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ଉପସ୍ଥିତିରେ ଖଲ୍ଲିକୋଟ ବ୍ଲକ୍ ର ବିଭିନ୍ନ ପଞ୍ଚାୟତର ୮୦ ବର୍ଷରୁ ଉର୍ଦ୍ଧ ହିତାଧିକାରୀ ଓ ଭିନ୍ନକ୍ଷମ ହିତାଧିକାରୀ ଙ୍କୁ ୧୨୦୦ ଟଙ୍କା ପରିବର୍ତ୍ତେ ବର୍ଦ୍ଧିତ ଭତ୍ତା ନଗଦ ୩୫୦୦ ଟଙ୍କା ବିତରଣ କରଯାଇଥିଲା | ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବି ଡି ଓ ଙ୍କ ସମେତ ସମସ୍ତ ସରପଞ୍ଚ ଉପସ୍ଥିତ ରହିବା ସହିତ ଆସ୍କା ସାଂସଦ ଓ ଖଲ୍ଲିକୋଟ ବିଧାୟକଙ୍କ ଦ୍ଵାରା ହିତାଧିକାରୀଙ୍କୁ ଟଙ୍କା ବିତରଣ କରାଯାଇ ଥିଲା | ଏହି ବିତରଣ କାର୍ଯ୍ୟକ୍ରମ ମଧ୍ୟମରେ ୪୯ ଜଣ ୮୦ ବର୍ଷ ରୁ ଉର୍ଦ୍ଧ ବ୍ୟକ୍ତି ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ମାଧ୍ୟ୍ୟମରେ ଉପକୃତ ହେବା ସହିତ ୧୪୯ ଜଣ ଭିନ୍ନକ୍ଷମ ହିତାଧିକାରୀ ଉପକୃତ ହୋଇଥିଲେ ।
